ଟ୍ରକ୍ ଧକ୍କାରେ ଜଣେ ମୃତ, ୨ ଗୁରୁତର

youtube

କେନ୍ଦୁଝର : କେନ୍ଦୁଝରରେ ଟ୍ରକ୍ ଧକ୍କାରେ ବାପା ମୃତ,ଝିଅ ଓ ଦାଦା ଗୁରୁତର I  ଆଜି ଦିନ ପ୍ରାୟ ୧୧ଟା ବେଳେ ସଦର ଥାନା ଉପର କୁସୁମିତା କଶିରାସାହିର ବିଦ୍ୟାଧର ନାଏକ  ଝିଅକୁ ରାଇସୁଆଁ ଆବାସିକା ବିଦ୍ୟାଳୟରେ ଛାଡ଼ିବାକୁ ଘରୁ ଭାଇଙ୍କ ସହ ମୋଟର ସାଇକେଲରେ ଯାଇଥିଲେ ।  ପଦ୍ମପୁର ବଜାରରୁ ଝିଅ ପାଇଁ କିଛି ଜିନିଷ କିଣିବାକୁ ଆସୁଥିବା ବେଳେ ପଦ୍ମପୁର କଲେଜ ଛକ ନିକଟରେ ଏକ ୧୪ ଚକିଆ ଟ୍ରକ୍ ମୋଟର ସାଇକେଲକୁ ଧକ୍କା ଦେଇଥିଲା । ବିଦ୍ୟାଧର ତଳେ ପଡିଯାଇଥିଲା ବେଳେ ଟ୍ରକଟି ତାଙ୍କ ଉପରେ ଚଢ଼ିଯାଇଥିଲା । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଛି ।  ପଛରେ ବସିଥିବା ଝିଅ ଓ ଦାଦା ଗୁରୁତର ହୋଇଛନ୍ତି । ଗୁରୁତର ଦାଦା ଓ ଝିଆରୀଙ୍କୁ ଉଦ୍ଧାର କରାଯାଇ କେନ୍ଦୁଝର ଧରଣୀଧର ମେଡିକାଲ କଲେଜକୁ ସ୍ଥାନାନ୍ତ କରାଯାଇଛି।ସଦର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ବାଇକ୍ ସହ ଦୁର୍ଘଟଣା ଘଟାଇଥିବା ଟ୍ରକ୍ ଏବଂ ଚାଳକଙ୍କୁ  ଥାନାକୁ ଆଣି ଅଟକ ରଖିଥିବା ଜଣାପଡିଛି ।

Leave A Reply

Your email address will not be published.