
ଭୁବନେଶ୍ୱର : ଆସନ୍ତାକାଲି ଠାରୁ କରିପାରିବେ ସୁଭଦ୍ରା ଆବେଦନ । ସୁଭଦ୍ରା ପୋର୍ଟାଲରେ ଅନଲାଇନରେ ଆବେଦନ କରିପାରିବେ । ୨୧ ବର୍ଷ ହୋଇଥିଲେ କରିପାରିବେ ସୁଭଦ୍ରା ଆବେଦନ । ଏହି ସୂଚନା ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।
ଯେଉଁମାନେ 20 ରୁ 21 ବର୍ଷରେ ପହଁଚିଲେ ସେମାନେ ଆବେଦନ କରିପାରିବେ । ଆଚରଣ ବିଧି ଲାଗିଥିବା ଅଂଚଳକୁ ଛାଡି ଅନ୍ୟ ସବୁ ଅଂଚଳରେ ଆବେଦନ କରିପାରିବେ । ମାର୍ଚ୍ଚ 31 2025 ରେ ଯେଉଁ ମହିଳାମାନକୁ 21 ବର୍ଷ ହୋଇଥିବ ସେମାନେ କାଲି ଠୁ ସୁଭଦ୍ରା ପୋର୍ଟାଲରେ ଆବେଦନ କରିବେ । ମାର୍ଚ୍ଚ ୮ ରେ ସେମାନେ ମଧ୍ୟ ସୁଭଦ୍ରା ପଇସା ପାଇପାରିବେ ବୋଲି କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।