
ଅଷ୍ଟ୍ରେଲିଆ : ପାପୁଆ ନ୍ୟୁ ଗିନିର ପାର୍ବତ୍ୟ ଅଞ୍ଚଳରେ ଭୂସ୍ଖଳନ ହୋଇଛି । ଏପରି ଘଟଣା ଗୁରୁବାର ବିଳମ୍ବିତ ରାତିରେ ଦେଖିବାକୁ ମିଳିଛି । ଏହି ଭୂସ୍ଖଳନରେ ପ୍ରାୟ ୨୧ ଜଣଙ୍କର ମୃତ୍ୟୁ ଘଟିଛି । ଏହି ଭୂସ୍ଖଳନରେ ଏଙ୍ଗା ପ୍ରଦେଶର କୁକାସ ଗାଁରେ ଅନେକ ଘର ନଷ୍ଟ ହୋଇଯାଇଛି । ଯାହା ଅଷ୍ଟ୍ରେଲିୟ ବ୍ରଡକାଷ୍ଟିଂ କର୍ପୋରେସନ (ଏବିସି) ପୋଲିସକୁ ସୂଚନା ଦେଇଛି । ପ୍ରାୟ ରାତି ୨ଟା ସମୟରେ ଏପରି ଘଟଣା ଦେଖିବାକୁ ମିଳିଛି ।
ସୂଚନାନୁଯାୟୀ, ପାପୁଆ ନ୍ୟୁଗିନିର ଏଙ୍ଗା ପ୍ରଦେଶର ୱାପେନାମାଣ୍ଡା ଜିଲ୍ଲାର କୁକାସ ଗାଁରେ ଭୂସ୍ଖଳନ ଘଟି ଅନେକ ପରିବାର ସମ୍ପୂର୍ଣ୍ଣ ନିଶ୍ଚିହ୍ନ ହୋଇଛନ୍ତି । ଯେଉଁଥିରେ ୨୧ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନେକ ଆହତ ହୋଇଛନ୍ତି । ଆହତଙ୍କ ଚିକିତ୍ସା ପାଇଁ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏଥି ସହ ବର୍ତ୍ତମାନ ସୁଦ୍ଧା ଅନେକ ନିଖୋଜ ମଧ୍ୟ ରହିଛନ୍ତି । ଉଦ୍ଧାର କାର୍ଯ୍ୟ ପାଇଁ ଏକ ଟିମ୍ ଗଠନ କରାଯାଇଛି । ସବୁଠି ଭଗ୍ନାବଶେଷ ଜମା ହୋଇ ରହିଥିବାରୁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି କରିଛି । ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା କରାଯାଉଛି ।
ସୂଚନାଯୋଗ୍ୟ, ଗତବର୍ଷ ପାପୁଆ ନ୍ୟୁ ଗିନିରେ ବଡ଼ ଧରଣର ଭୂସ୍ଖଳନ ହୋଇଥିଲା । ଯେଉଁଥିରେ ୩୭୦ ଜଣଙ୍କର ମୃତ୍ୟୁ ହୋଇଥିଲା । ପ୍ରାୟ ରାତି ୩ଟା ସମୟରେ ଭୂସ୍ଖଳନ ଘଟିଥିଲା ।