୧୫୦ତମ ଜୟନ୍ତୀରେ ସର୍ଦ୍ଦାର ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ

youtube

ଗୁଜରାଟ: ଆଜି ଏକତା ଦିବସ ପାଳୁଛି ଦେଶ । ୧୫୦ତମ ଜୟନ୍ତୀରେ ଲୌହ ମାନବ ସର୍ଦ୍ଦାର ପଟେଲଙ୍କୁ କୃତଜ୍ଞତା ଜଣାଉଛି ଦେଶ । ଗୁଜରାଟରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ପ୍ରଧାନମନ୍ତ୍ରୀ ମୋଦି ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଷ୍ଟାଚ୍ୟୁରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

ଭାରତର ଲୌହପୁରୁଷ ସର୍ଦ୍ଦାର ବଳ୍ଲଭଭାଇ ପଟେଲଙ୍କ ଜନ୍ମ ବାର୍ଷିକୀ ରାଷ୍ଟ୍ରୀୟ ଏକତା ଦିବସ ପ୍ରତିବର୍ଷ ଅକ୍ଟୋବର ୩୧ରେ ପାଳନ କରାଯାଉଛି । ରାଷ୍ଟ୍ରୀୟ ଏକତା ଦିବସ ଭାରତର ଏକତା, ଅଖଣ୍ଡତା ଏବଂ ଜାତୀୟ ସଂହତିର ପ୍ରତୀକ । ସର୍ଦ୍ଦାର ପଟେଲଙ୍କ ୧୫୦ ତମ ଜୟନ୍ତୀ ପାଳନ ପାଇଁ ଚଳିତ ବର୍ଷର ରାଷ୍ଟ୍ରୀୟ ଏକତା ଦିବସ ପାଳନ ବିଶେଷ ଭାବରେ ସ୍ବତନ୍ତ୍ର । ଚଳିତ ବର୍ଷର ଉତ୍ସବ ଅନେକ ଦୃଷ୍ଟିରୁ ଅନନ୍ୟ ହେବ, ଯାହା ଏହି ଐତିହାସିକ ଅବସରକୁ ସ୍ମରଣୀୟ କରି ରଖିବ । 

Leave A Reply

Your email address will not be published.