ଏମକେସିଜି ମେଡିକାଲ କଲେଜରେ ଛାତ୍ରଙ୍କୁ ରାଗିଂ..!

add-all

ବ୍ରହ୍ମପୁର : ପୁଣି ଏମ.କେ.ସି.ଜି ରୁ ଆସିଲା ରାଗିଙ୍ଗ ଅଭିଯୋଗ। ଏନେଇ ପରିସରରେ ଏକ ଉଚ୍ଚସ୍ତରୀୟ ବୈକଠ ବସିଥିବା ଜଣାଯାଇଛି। ବାରମ୍ବାର ଏହି ପରି ଆସୁଥିବା ବେନାମୀ ରାଗିଙ୍ଗ ଅଭିଯୋଗର ସତ୍ୟାସତ୍ୟ ଯାଞ୍ଜ କରିବାକୁ ଦାବି କରିଛନ୍ତି, ଛାତ୍ରଚାତ୍ରୀ। ଅନ୍ୟପକ୍ଷେ ନିକଟରେ ଆସିଥିବା।ଏହି ପରି ଆସୁଥିବା ଭିତ୍ତିହୀନ ଅଭିଯୋଗ କାରଣରୁ ଶିକ୍ଷାନୁଷ୍ଠାନର ଶୈଖିକ ବାତାବରଣ ପ୍ରଭାବିତ ହେବା ସହ ବିଦ୍ୟାର୍ଥୀଙ୍କ ପାଠ ପଢ଼ାରେ ବ୍ୟାଘାତ ଉପଜୁଥିବା ବେଳେ ମାନସିକ ଚାପରେ ରହୁଥିବା ଅନେକ ବିଦ୍ୟାର୍ଥି ଯୁକ୍ତି ବାଢ଼ିଛନ୍ତି।
ସୂଚନା କ୍ରମେ ଆଜି ଆଣ୍ଟୀ ରାଗିଂ ସେଲରେ ୫ ଜଣ ବିଦ୍ୟାର୍ଥୀଙ୍କ ନାମରେ ରାଗିଂ ଅଭିଯୋଗ ଆସିଛି। ଏହି ସୂଚୀରେ ହଷ୍ଟେଲ ୨ ରୁ ୩ ଜଣ ହଷ୍ଟେଲ ୩ ରୁ ୨ ଜଣ ଙ୍କ ନାମରେ ଅଭିଯୋଗ କରିଥିବା ଚିଠି ଆସିଛି । ଏହାକୁ ନେଇ ଡିନ, ଅଧିକ୍ଷକ ଓ ବିଭାଗୀୟ ମୁଖ୍ୟଙ୍କୁ ନେଇ ସମ୍ମିଳନୀ କକ୍ଷରେ ବୈଠକ ଡକାଯାଇଛି। ପୂର୍ବରୁ ମଧ୍ୟ ଏହି ପରି ଅନେକ ଅଭିଯୋଗ ଆସିଛି କିନ୍ତୁ ତଦନ୍ତ ପରେ ତାହା ଭିତ୍ତିହୀନ ବୋଲି କର୍ତ୍ତୃପକ୍ଷ ଗଣମାଧ୍ୟମ ସାମ୍ନାରେ ସ୍ବୀକାର କରିଛନ୍ତି। କର୍ତ୍ତୃପକ୍ଷ ଙ୍କ ଆଚରଣ ଭେଷଜ ମହାବିଦ୍ୟାଳୟର ଛବିକୁ ମଳିନ ହେଉଥିବା ଅନେକ ପୂର୍ବତନ ଛାତ୍ର ମତବ୍ୟକ୍ତ କରିଛନ୍ତି। ରୀତିମତ ରାଗିଙ୍ଗ ଅଭିଯୋଗ ସମ୍ପର୍କରେ ତଦନ୍ତ ହେଉଛି, ସତ୍ୟ କଥା ଗଣମାଧ୍ୟମ ନିକଟରେ ପ୍ରକାଶ ହେଉନି ବୋଲି ସବୁବେଳେ ଚର୍ଚ୍ଚା ବି ହେଉଛି।

ad-week
Leave A Reply

Your email address will not be published.