
ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶର ବାଗପତ ଜିଲ୍ଲାରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ୮ ଜଣ ଆହତ ହୋଇଛନ୍ତି । ଚାଷୀଙ୍କ ପନିପରିବା ନେଇ ଦିଲ୍ଲୀର ଆଜାଦପୁରରୁ ମଣ୍ଡି ଯାଉଥିବା ସମୟରେ ଏପରି ଅଘଟଣ ଘଟିଥିବା ଜଣାପଡିଛି ।
ସୂଚନାନୁଯାୟୀ, ଚାଷୀଙ୍କ ପନିପରିବା ନେଇ ଦିଲ୍ଲୀର ଆଜାଦପୁରରୁ ମଣ୍ଡି ଯାଉଥିବା ପିକଅପ୍ ଭ୍ୟାନ ମିଥାଲି ଗାଁ ନିକଟରେ ଓଲଟି ପଡିଥିଲା । ଫଳରେ ଦୁର୍ଘଟଣା ଘଟିଥିଲା । ଏହି ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ୮ ଜଣ ଆହତ ହୋଇଥିଲେ । ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଏବଂ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିବା ସହିତ ଗାଡ଼ି ତଳେ ଫସି ରହିଥିବା ଲୋକଙ୍କୁ ବାହାର କରିଥିଲେ । ପିକଅପର ଆକ୍ସଲ ଭାଙ୍ଗିଯିବାରୁ ନିୟନ୍ତ୍ରଣ ହରାଇ ଭ୍ୟାନଟି ରାସ୍ତାରେ ଓଲଟି ପଡିଥିଲା ବୋଲି ପୋଲିସ ସୂଚନା ଦେଇଛି । ଏହାରି ମଧ୍ୟରେ ମୃତକଙ୍କ ପରିଚୟକୁ ଚିହ୍ନଟ କରିଛି ପୋଲିସ । ଅନ୍ୟ ୮ ଜଣ ଆହତଙ୍କ ମଧ୍ୟରୁ ଜଣେ ଗୁରୁତର ଥିବାବେଳେ ବାକି ୭ ଜଣ ସୁରକ୍ଷିତ ରହିଛନ୍ତି ବୋଲି କୌଣସି ଏକ ସୂତ୍ରରୁ ଜଣାପଡିଛି । ଏହା ବ୍ୟତୀତ ମୃତକଙ୍କ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି ।
ଅନ୍ୟପଟେ ଏପରି ଦୁର୍ଘଟଣା ପରେ ଉତ୍ତେଜିତ ହୋଇଛନ୍ତି ସ୍ଥାନୀୟ ବାସିନ୍ଦା । ରାସ୍ତା ମରାମତି ପାଇଁ ଏବଂ ଭାରି ଯାନବାହାନର ଯାଞ୍ଚ ପାଇଁ ପ୍ରଶାସନକୁ ଦାବି କରିଛନ୍ତି । ପୋଲିସ ତଦନ୍ତ କରିବା ପରେ ଏହି ଦୁର୍ଘଟଣାର କାରଣ ସ୍ପଷ୍ଟ କରିଛି ।