
ଭୁବନେଶ୍ବର : ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ଆଇଟି ସେଲ୍ ଅଧ୍ୟକ୍ଷ ଓ ପୂର୍ବତନ ରାଜ୍ୟସଭା ସାଂସଦ ଓ ଦଳର ମୁଖପାତ୍ର ଅମର ପଟ୍ଟନାୟକ ଆଜି ବିଜେପିରେ ସାମିଲ ହୋଇଛନ୍ତି । ଏନେଇ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଏକ ମିଶ୍ରଣ ପର୍ବର ଆୟୋଜନ ହୋଇଥିଲା । ଆଜି ବିଧିବଦ୍ଧ ଭାବେ ବିଜେପିରେ ମିଶିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ,ପ୍ରଭାରୀ ବିଜୟପାଳ ସିଂ ତୋମାରଙ୍କ ଉପସ୍ଥିତିରେ ପଦ୍ମ ଧରିଛନ୍ତି ଅମର ।
ସୂଚନାଯୋଗ୍ୟ, ପୂର୍ବତନ ଆକାଉଣ୍ଟାଣ୍ଟ୍ ଜେନେରାଲ୍ ଅମର ପଟ୍ଟନାୟକ ୨୦୧୮ ଅଗଷ୍ଟ ୨୯ ତାରିଖରେ ବିଜେଡିରେ ସାମିଲ ହୋଇଥିଲେ । ବିଜେଡି ଆଇଟି ସେଲ୍ ଅଧ୍ୟକ୍ଷ ଭାବେ ଦଳର ମୁଖପାତ୍ର ଅମର ପଟ୍ଟନାୟକଙ୍କୁ ବିଜେଡି ସଭାପତି ତଥା ତତକାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଯୁକ୍ତି ଦେଇଥିଲେ । ୨୦୧୯ରେ ରାଜ୍ୟସଭାକୁ ସେ ନିର୍ବାଚିତ ହୋଇଥିଲେ।
ବିଜେପି ରେ ମିଶିବା ପରେ ଶ୍ରୀ ପଟ୍ଟନାୟକ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, “ମୁଁ ଚାକରି 9 ବର୍ଷ ତଳେ ଛାଡି ଥିଲି, ତା ପରେ ମୁଁ ରାଜନୀତିକୁ ଆସିଥିଲି । ଉତ୍କଳ ମାଟିର ସେବା ମନ ନେଇ ରାଜନୀତିକୁ ଆସିଥିଲି । ଆଗକୁ ସେବା ଜାରି ରଖିବାକୁ ମୁଁ ଜାତୀୟ ଦଳରେ ଯୋଗ ଦେଲି । ପ୍ରଧାନମନ୍ତ୍ରୀଙ୍କ ଭାଷଣ ଓ ତାଙ୍କ କାର୍ଯ୍ୟ କରିବାର ଶୈଳୀରେ ଦେଶ ଆଗେଇ ଚାଲିଛି । ଏହି ପ୍ରେରଣା ନେଇ ବିଜେପି ଯୋଗ ଦେଲି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।