ଡିଜିଟାଲ୍ ଆରେଷ୍ଟ୍ କରି ୩ ହଜାର କୋଟି ଲୁଟିଛନ୍ତି ସାଇବର ଠକ: ସୁପ୍ରିମକୋର୍ଟ

youtube

ନୂଆଦିଲ୍ଲୀ: ଡିଜିଟାଲ୍ ଆରେଷ୍ଟ୍ ସ୍କାମରେ ୩୦୦୦ କୋଟି ଟଙ୍କା ଆଦାୟ । କେବଳ ଭାରତରେ ଡିଜିଟାଲ ଆରେଷ୍ଟ କରି ପ୍ରାୟ ୩ ହଜାର କୋଟି ଟଙ୍କା ଲୁଟ୍ କରିଛନ୍ତି ସାଇବର ଲୁଟେରା । ଏହା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ । ଡିଜିଟାଲ୍ ଆରେଷ୍ଟ୍ ସ୍କାମ୍ ଉପରେ ନିଜ ଆଡୁ ହୋଇଥିବା ମାମଲା ଉପରେ ଏପରି କହିଛନ୍ତି ସୁପ୍ରିମକୋର୍ଟଙ୍କ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ।

ଏହା ସହ ଆଗକୁ କହିଛନ୍ତି ଯଦି ଆମେ ବର୍ତ୍ତମାନ ଏହାକୁ ଅଣଦେଖା କରିବା ଏବଂ କଠୋର ତଥା କଡ଼ା ନିର୍ଦ୍ଦେଶ ଦେଇପାରିବା ନାହିଁ ତେବେ ସମସ୍ୟା ବଢିଯିବ । ଗତ ୨୭ ତାରିଖରେ ସବୁ ଡିଜିଟାଲ ଆରେଷ୍ଟ ମାମଲାର ତଦନ୍ତ ଭାର ସିବିଆଇକୁ ଦେବା ପାଇଁ ପ୍ରସ୍ତାବ ଦେଇଥିଲେ ସୁପ୍ରିମକୋର୍ଟ । ଏହାସହ ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳକୁ ନୋଟିସ୍ ଜାରି କରିଥିଲେ । ରାଜ୍ୟଗୁଡିରେ ଡିଜିଟାଲ ଆରେଷ୍ଟ ନେଇ ଥିବା FIRର ତଥ୍ୟ ମାଗିଥିଲେ ସୁପ୍ରିମକୋର୍ଟ ।

Leave A Reply

Your email address will not be published.