ପୀତବାସ ପଣ୍ଡା ହତ୍ୟା ମାମଲା: ସାର୍ପ ସୁଟର କୁରୁପତି ଭୂୟାଁ ଓ ଉମା ବିଶୋୟୀ ଗିରଫ…..!

add-all


ବ୍ରହ୍ମପୁର: ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡା ହତ୍ୟା ମାମଲାର ୨ ଅଭିଯୁକ୍ତ ତଥା ଶାର୍ପ ସୁଟର କୁରୁପତି ଭୂୟାଁ ଏବଂ ମାଷ୍ଟର ମାଇଣ୍ଡ ଉମା ବିଶୋୟୀକୁ ଗିରଫ କରିଛି ପୁଲିସ। କୁରୁପତି ହିଁ ଘଟଣା ଦିନ ଅତି ନିକଟରୁ ପୀତବାସଙ୍କୁ ଗୁଳି କରିଥିଲେ ବୋଲି ପୋଲିସ ଆଗରୁ ସୂଚନା ଦେଇଛି। ପୁଲିସ ଉଭୟଙ୍କୁ ଗିରଫ କରିବା ପରେ ଏକ ଅଜ୍ଞାତ ସ୍ଥାନରେ ରଖି ପଚରା ଉଚରା କରୁଛି ବୋଲି ବିଶେଷ ସୂତ୍ରରୁ ଜଣା ପଡିଛି।କୁରୁପତି ଏବଂ ଉମା ଘଟଣା ଘଟାଇବା ପରେ ବ୍ରହ୍ମପୁର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା ସହଯୋଗ ରେ କୋରାପୁଟ ଜିଲ୍ଲା ର ଜୟପୁର ପଳାଇଥିଲେ। ଏବଂ ସେଠାରେ ଏକ ଫାର୍ମ ହାଉସ ମାଲିକ ସୁନିଲ ହୋତାଙ୍କ ନିକଟରେ ଆଶ୍ରୟ ନେଇଥିଲେ ବୋଲି ପୋଲିସ ଜାଣିବାକୁ ପାଇଥିଲା l ସୁନିଲ ହୋତା ଫାର୍ମ ହାଉସ ରୁ ପରେ ସେଠାରୁ ଅନ୍ୟ କୁଆଡ଼େ ଫେରାର ହୋଇଯାଇଥିଲେ। ପୁଲିସ ସୁନୀଲଙ୍କୁ ପୂର୍ବରୁ ଗିରଫ କରିଛି।ପୀତବାସ ହତ୍ୟା ମାମଲାରେ ବ୍ରହ୍ମପୁର ପୁଲିସ ବିଜେଡିର ଗଞ୍ଜାମ ଜିଲ୍ଲା ସଭାପତି ତଥା ବ୍ରହ୍ମପୁର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା, ସୁନୀଲ ହୋତା ସମେତ ମୋଟ ୧୩ ଜଣଙ୍କୁ ଗିରଫ କରିଥିଲା। ବର୍ତ୍ତମାନ ଏହି ଗିରଫଦାରି ସଂଖ୍ୟା ୧୫ରେ ପହଞ୍ଚିଛି। ପୂର୍ବରୁ ଗିରଫ ହୋଇଥିବା ୧୨ ଜଣଙ୍କ ମଧ୍ୟରେ ବ୍ରହ୍ମପୁରର ପୂର୍ବତନ ମେୟର ଶିବଶଙ୍କର ଦାସ ଓରଫ ପିଣ୍ଟୁ ଏବଂ ବର୍ତ୍ତମାନର ୪୧ ନମ୍ବର ୱାର୍ଡ କର୍ପୋରେଟର ମଳୟ ବିଷୋୟୀ, ବିଜେଡି ନେତା ମଦନ ଦଳାଇ, ଛାତ୍ରନେତା ଯୋଗୀ ରାଉତ, ରାଜେନ୍ଦ୍ର ସାହୁ ଓ କାଳିଆ ଭୂୟାଁ, ବିପିନ ସ୍ୱାଇଁ, ସୀମାଞ୍ଚଳ ସ୍ୱାଇଁ, ସିସ୍ ପାସୱାନ ଓ କୁନ୍ଦନ ପାସୱାନ ପ୍ରମୁଖ ରହିଛନ୍ତି। ଶେଷରେ ପୋଲିସ ଦୁଇ ମୁଖ୍ୟ ଅଭିଯୁକ୍ତଙ୍କୁ ଧରିବେରେ ସଫଳ ହୋଇଥିବା ଶୁଣିବାକୁ ମିଳୁଛି କିନ୍ତୁ ପୋଲିସ ବିଧିବଦ୍ଧ ଭାବରେ କୌଣସି ସୂଚନା ପ୍ରଦାନ କରିନାହାନ୍ତି, ଯଦି ୨ ଅଭିଯୁକ୍ତ ତଥା ଶାର୍ପ ସୁଟର କୁରୁପତି ଭୂୟାଁ ଏବଂ ମାଷ୍ଟର ମାଇଣ୍ଡ ଉମା ବିଶୋୟୀକୁ ଗିରଫ କରିଛି ତେବେ ଅନେକ ତଥ୍ୟ ପଦାକୁ ଆସିବ ଏବଂ ଏହି ଗିରଫ ଦାରି ପରେ କିଛି ଲୋକଙ୍କ ମନରେ ଛନକା ପଶିଛି l ପୁଣି ଅନ୍ୟ ଦିଗକୁ ଦେଖିଲେ ପୀତବାସ ପଣ୍ଡା ହତ୍ୟା କାଣ୍ଡ କୁ ନେଇ ବ୍ରହ୍ମପୁର ଏସପି ଶ୍ରବଣା ବିବେକ ଏମ ଙ୍କୁ ହାଇକୋର୍ଟ ତରଫରୁ ସାତ ଦିନ ସମୟ ଦେଇଛି ସ୍ପଷ୍ଟୀକରଣ ଦେବାକୁ ଯାହାକି ଗଣମାଧ୍ୟମ ନିକଟ ରେ ଏସପି ରାଜନୀତି କୁ ନେଇ ହତ୍ୟା କରାଯାଇଛି ବୋଲି ଯାହା ସାମ୍ବାଦିକ ସମ୍ମିଳନୀ ରେ କହିଥିଲେ l ତେଣୁ ଏହି ୨ ଅଭିଯୁକ୍ତ ତଥା ଶାର୍ପ ସୁଟର କୁରୁପତି ଭୂୟାଁ ଏବଂ ମାଷ୍ଟର ମାଇଣ୍ଡ ଉମା ବିଶୋୟୀକୁ ଗିରଫ ପରେ ପୀତବାସ ପଣ୍ଡା ହତ୍ୟା କାଣ୍ଡ ଘଟଣା ରହସ୍ୟ ରୁ ପରଦା ହଟିବ…

ad-week
Leave A Reply

Your email address will not be published.