ବନ୍ଧୁକ ଲାଇସେନ୍ସ ପାଇଁ ନିଜ ଘରେ ବୋମା ବିସ୍ଫୋରଣ କଲେ ମହିଳା, ୩ ଗିରଫ

youtube

ଭୁବନେଶ୍ୱର : ବନ୍ଧୁକ ଲାଇସେନ୍ସ ହାତେଇବା ପାଇଁ ମହିଳାଙ୍କ ନାଟକ । ସୁପାରୀ ଦେଇ ନିଜ ଘରେ କରିଥିଲେ ବୋମା ବିସ୍ଫୋରଣ ଏବଂ ଗୁଳିମାଡ ।  ଗନ୍ ପାଇଁ ଲାଇସେନ୍ସ ନମିଳିବାରୁ ଏପରି ପ୍ରାୟୋଜିତ ଆଟାକ କରିଥିଲେ ଭରତପୂର ଥାନା ଅଂଚଳରେ ଘୁଙ୍ଗୁରୁ ମିଶ୍ର ନାମକ ଜଣେ ମହିଳା । ପ୍ରଥମେ ସେପ୍ଟେମ୍ବର ୧୧ ଘର ଆଗରେ ବୋମାମାଡ଼ କରିଥିଲେ । ପରେ ଅକ୍ଟୋବର ୪ ତାରିଖରେ ଗୁଳିକାଣ୍ଡ କରିଥିଲେ । ଏଥିରେ ନିଜ ଡ୍ରାଇଭରକୁ ନିୟୋଜିତ କରିଥିଲେ ଘୁଙ୍ଗୁରୁ । କିନ୍ତୁ ଥାନାରେ ମିଛ ଅଭିଯୋଗ କରିଥିଲେ । ସତ ଜାଣିବା ପରେ ପୋଲିସ ତିନି ଜଣଙ୍କୁ ଗିରଫ କରିବା ସହ ବନ୍ଧୁକ, ଗୁଳି ଦୁଇଟି ମୋବାଇଲ ଜବତ କରିଛି।

Leave A Reply

Your email address will not be published.