
କଟକ : ଐତିହାସିକ କଟକ ବାଲିଯାତ୍ରା ଉଦଘାଟିତ । ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କଟକ ଇନ କଟକରେ ବାଲିଯାତ୍ରାକୁ ଉଦଘାଟନ କରିଛନ୍ତି ମୋହନ ମାଝୀ । ପ୍ରଥମେ ବୋଟ କ୍ଲବରୁ ଏକ ସୁସଜ୍ଜିତ ବୋଇତରେ ଆସି ମହାନଦୀ ଗଡଗଡ଼ିଆ ଘାଟରେ ସପତ୍ନୀକ ଡଙ୍ଗା ଭସାଇଥିଲେ। ଏହା ପରେ ବାଲିଯାତ୍ରାକୁ ଉଦଘାଟନ କରିଛନ୍ତି। ଏହାସହ ଜାତୀୟ ସ୍ତରୀୟ ପଲ୍ଲୀଶ୍ରୀ ମେଳାକୁ ମଧ୍ୟ ଉଦଘାଟନ କରିଛନ୍ତି । ଚଳିତ ବର୍ଷ ଓରମାସରେ ମୋଟ ୫୨୫ ଟି ଷ୍ଟଲ୍ ସ୍ଥାନ ପାଇଛି । ମୁଖ୍ୟମନ୍ତ୍ରୀଙ୍କ ସହ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ , କଟକ ସାଂସଦ ଭର୍ତ୍ତୃହରି ମହତାବ ଓ ବାରବାଟୀ କଟକ ବିଧାୟିକା ସୋଫିଆ ଫିର୍ଦୋଷ ମଧ୍ୟ ଉପସ୍ଥିତ ଅଛନ୍ତି ।