
ଭୁବନେଶ୍ବର : ଆସନ୍ତାକାଲି ନୂଆପଡ଼ା ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆସନ୍ତାକାଲି ନୂଆପଡ଼ା ଉପନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀଙ୍କର ପ୍ରଚାର କାର୍ଯ୍ୟକ୍ରମ ରହିଛି । କୋମନାରେ ରୋଡ୍-ସୋ ରେ ଯୋଗଦେବେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ସହ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ମଧ୍ୟ ପ୍ରଚାରରେ ସାମିଲ ହେବେ । ନୂଆପଡ଼ା ଉପନିର୍ବାଚନରେ ବିଜେପିକୁ ଜିତାଇବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରଚାର ମୈଦାନକୁ ଓଲ୍ହାଇଛନ୍ତି । ଏହା ପୂର୍ବରୁ ଅକ୍ଟୋବର ୬ ଓ ୧୭ରେ ମୁଖ୍ୟମନ୍ତ୍ରୀ ନୂଆପଡ଼ାରେ ଭୋଟରଙ୍କୁ ସମ୍ବୋଧନ କରିଥିଲେ । ଗତ ୩ ତାରିଖରେ ବିରୋଧି ଦଳ ନେତା ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ନୂଆପଡ଼ା ଗସ୍ତକରି ଭୋଟରଙ୍କୁ ସମ୍ବୋଧନ କରିଥିଲେ ।