‘ଗ୍ରୀନ୍‌ ଇଣ୍ଡିଆ’ ଚିଟଫଣ୍ଡ କମ୍ପାନୀ ପରିଚାଳନା ନିର୍ଦ୍ଦେଶକଙ୍କ ଘରେ ଇଡି ରେଡ୍…

add-all

ବ୍ରହ୍ମପୁର: ଗ୍ରୀନ୍‌ ଇଣ୍ଡିଆ ଚିଟଫଣ୍ଡ କମ୍ପାନୀ ପରିଚାଳନା ନିର୍ଦ୍ଦେଶକ ପ୍ରଦୀପ ସିଂଙ୍କ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପକ୍ଷରୁ ଚଢାଉ ହୋଇଛି । ଆଜି ଇଡିର ୬ ଜଣିଆ ଦଳ ବ୍ରହ୍ମପୁର ଆଯୋଧ୍ୟାନଗର ୨ୟ ଲାଇନ୍ ସ୍ଥିତ ପ୍ରଦୀପଙ୍କ ବାସ ଭବନରେ ପହଞ୍ଚି ପଚରା ଉଚରା କରୁଛନ୍ତି । ସେହିପରି ଜୟପ୍ରକାଶ ନଗର ଛକ ନିକଟରେ ଥିବା ଏକ ବିଲଡର ସଂସ୍ଥାରେ ମଧ୍ୟ ଚଢାଉ କରାଯାଇଛି । ଜମି କାରବାରରେ କୋଟି କୋଟି ଟଙ୍କାର ହେରଫେର ଅଭିଯୋଗରେ ଇଡି ପକ୍ଷରୁ ଏହି ଚଢାଉ ହୋଇଥିବା ସୂଚନା ମିଳିଛି । ପ୍ରକାଶ ଥାଉକି ଗ୍ରୀନ୍‌ ଇଣ୍ଡିଆ ଚିଟ ଫଣ୍ଡ ସଂସ୍ଥାର ଆର୍ଥିକ ଠକେଇ ସାମ୍ନାକୁ ଆସିବା ପରେ ପ୍ରଦୀପ ସିଂ ଗିରଫ ହୋଇ ଜେଲରେ ଥିଲା । ବର୍ତମାନ ସେ ଜାମିନରେ ଅଛନ୍ତି । ନିକଟରେ ତାଙ୍କ ନାମରେ ବୈଦ୍ୟନାଥପୁର ଥାନାରେ ଏକାଧିକ ଆର୍ଥିକ ଠକେଇ ମାମଲା  ରୁଜୁ ହୋଇଥିଲା । କେବଳ ପ୍ରଦୀପ ସିଂହ ନୁହଁ ବ୍ରହ୍ମପୁର ଅଞ୍ଚଳ ରେ ଅନେକ ଜମି ମାଫିଆ ଗ୍ରାହକ ଙ୍କୁ ଠକୁ ଥିବା କୁ ନେଇ ମଧ୍ୟ ଅନେକ ଅଭିଯୋଗ ଆସୁଛି ତେଣୁ ପୋଲିସ ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେବାକୁ ସାଧାରଣ ରେ ଦାବୀ ହେଉଛି l

ad-week
Leave A Reply

Your email address will not be published.