
ରାୟଗଡ଼ା: ରାୟଗଡା ଜିଲ୍ଲା ଗୁଣପୁର ସହରରେ ବେଆଇନ ଭାବରେ ଚାଲିଥିବ ଏକାଧିକ କ୍ଲିନିକ୍ ଉପରେ ଆଜି ଚଢାଉ ହୋଇଛି । ଗୁଣପୁର ଉପଜିଲ୍ଲାପାଳ ଅଭିଷେକ ଦିଲୀପ ଦୁଧାଲ ଏହି ଚଢାଉ କରି ଉକ୍ତ ଦୋକାନ ଗୁଡିକରେ କୌଣସି କାଗଜ ପତ୍ର ନଥାଇ କ୍ଲିନିକ୍ ଚାଲୁଥିବା ଜାଣିବାକୁ ପାଇଥିଲେ ।
ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଉପଜିଲ୍ଲାପାଳ ଅଭିଷେକ ଦିଲୀପ ଦୁଧାଲ । ସମ୍ପୂର୍ଣ୍ଣ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ସୂଚନା ଦେଇଛନ୍ତି ଉପଜିଲ୍ଲାପାଳ । ଏହି ଚଢାଉରେ ଉପଜିଲ୍ଲାପାଳଙ୍କ ସମେତ ସ୍ଥାନୀୟ ପୋଲିସ ସାମିଲ ଥିଲେ ।
ତେବେ ଣପୁର ଉପଖଣ୍ଡ ଡାକ୍ତରଖାନାରେ ଆବଶ୍ୟକ ସଂଖ୍ୟକ ଡାକ୍ତର ନଥିବାରୁ ବେଆଇନ କ୍ଲିନିକ୍ ବୃଦ୍ଧି ପାଇବାରେ ଲାଗିଛି । ଏନେଇ ଗୁଣପୁର ଜନ ସାଧାରଣ ବାରମ୍ବାର ଅଭିଯୋଗ କରି ଆସୁଥିଲେ । ଯାହା ଉପରେ ଆଜି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ଉପଜିଲ୍ଲାପାଳ ।