୧୪ ଓ ୧୯ ତାରିଖରେ ଆସୁଛି ଆଉ ୨ଟି ଲଘୁଚାପ !

youtube

ଭୁବନେଶ୍ୱର : ଆସୁଛି ଡବଲ୍ ଲଘୁଚାପ । ଗୋଟିଏ ଲୋପ୍ରେସର ୧୪ ତାରିଖରେ ଅନ୍ୟଟି ୧୯ ତାରିଖରେ ହେବା ସମ୍ଭାବନା ରହିଛି । ଏନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ବାତ୍ୟା ମୋନ୍ଥା ପ୍ରଭାବରେ ବର୍ତ୍ତମାନ ପୂର୍ବକେନ୍ଦ୍ରୀୟ ଏବଂ ତତସଲଗ୍ନ ଉତ୍ତରପୂର୍ବ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହା ୧୨ ତାରିଖରେ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ପହଞ୍ଚିବ । ସେପଟେ ଟାଇଫୁନ୍ କାଲାମାଏଗିର ଯାହା ଫିଲିପିନ୍ସ ପ୍ରଭାବିତ କରିବ ତାର ଅବଶିଷ୍ଟାଂଶ ବଙ୍ଗୋପସାଗରରେ ଆଣ୍ଡାମାନ ସାଗର ଅଞ୍ଚଳକୁ ଅଗ୍ରସର ହେବ ।

ଏହି ଦୁଇ ଘୂର୍ଣ୍ଣିବଳୟ ୧୨ ତାରିଖରେ ଦକ୍ଷିଣପୂର୍ବ ଏବଂ ତତସଲଗ୍ନ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ଲୀନ ହେବେ । ଯାହା ପ୍ରଭାବରେ ୧୪ ତାରିଖରେ ଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି । ତେବେ ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ହେବ କି ନାହିଁ ତାହା ଜଣାପଡିନି । ଅନ୍ୟପଟେ ୧୯ ତାରିଖ ଆଡକୁ ଆଉ ଏକ ଲଘୁଚାପ ସମ୍ଭାବନା ରହିଛି । ଘୂର୍ଣ୍ଣିବଳୟ ପ୍ରଭାବରେ ଦକ୍ଷିଣ ଆଣ୍ଡାମାନରେ ଲୋପ୍ରେସର ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ତେବେ ଏହି ଲଘୁଚାପ ଉପରେ ନଜର ରହିଛି । ସେପଟେ ରାଜ୍ୟକୁ ଫେରୁଛି ଶୀତ । ୧୪ ତାରିଖରୁ ୨୦ ତାରିଖ ମଧ୍ୟରେ ରାଜ୍ୟରେ ଶୀତ ଲହରୀ ଅନୁଭୂତ ହେବ ।

Leave A Reply

Your email address will not be published.