ଇଣ୍ଡୋନେସିଆରେ ସ୍କୁଲରେ ବିସ୍ଫୋରଣ, ୫୪ ଆହତ

add-all

ଜାକର୍ତ୍ତା: ଶୁକ୍ରବାର ଇଣ୍ଡୋନେସିଆର ରାଜଧାନୀ ଜାକର୍ତ୍ତାର ଏକ ସ୍କୁଲ ଭିତରେ ଏକ ବିସ୍ଫୋରଣ ଘଟିଛି। ଏକ ମସଜିଦ କ୍ୟାମ୍ପସ ମଧ୍ୟରେ ଥିବା ଏକ ସ୍କୁଲରେ ଶୁକ୍ରବାର ପ୍ରାର୍ଥନା ସମୟରେ ଏହି ବିସ୍ଫୋରଣ ଘଟିଥିଲା। ଏହି ଘଟଣାରେ ଆହତଙ୍କ ସଂଖ୍ୟା ୫୪ ବୋଲି ସୂଚନା ମିଳିଛି ଏବଂ ଏହି ସଂଖ୍ୟା ଆହୁରି ବଢ଼ିପାରେ  ବୋଲି ଆଶଙ୍କା କରାଯଉଛି । ପୁଲିସ କହିଛି ଯେ ଆହତମାନଙ୍କ ମଧ୍ୟରୁ କିଛି ଗୁରୁତର ଅବସ୍ଥାରେ ଅଛନ୍ତି ଏବଂ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୋଲିସ ମସଜିଦକୁ ଘେରି ରଖିଛି ଏବଂ ଉଦ୍ଧାର କାର୍ଯ୍ୟ ଚାଲିଛି।

ଜାକାର୍ତ୍ତା ପୁଲିସ ମୁଖ୍ୟ ଆସେପ ଏଦି ସୁହେରିଙ୍କ ସୂଚନା ଅନୁସାରେ ଉତ୍ତର ଜାକର୍ତ୍ତାର କେଲପା ଗାଡିଂରେ ଶୁକ୍ରବାର ପ୍ରାର୍ଥନା ସମୟରେ ଏକ ବିସ୍ଫୋରଣ ହୋଇଥିଲା, ଯେଉଁଥିରେ ୫୪ ଜଣ ଆହତ ହୋଇଥିଲେ। ସେ ଏକ ସାମ୍ବାଦିକ ସମ୍ମିଳନୀ ସମୟରେ କହିଛନ୍ତି ଯେ କିଛି ଲୋକ ସାମାନ୍ୟ ଆହତ ହୋଇଛନ୍ତି, ଆଉ କିଛି ଗୁରୁତର ଭାବରେ ପୋଡ଼ିଯାଇଛନ୍ତି ଏବଂ ଗୁରୁତର ଅବସ୍ଥାରେ ଅଛନ୍ତି। ପୁଲିସ ମସଜିଦକୁ ଘେରି ରଖିଛି ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ସ୍ଥାନୀୟ ଗଣମାଧ୍ୟମ ସୂଚନା ଅନୁସାରେ ବିସ୍ଫୋରଣ ସ୍ଥଳରୁ ବୋମା ପ୍ରସ୍ତୁତି ସାମଗ୍ରୀ ଓ ବଡ଼ି ଭେଷ୍ଟ ( ଆତ୍ମଘାତୀ ଆକ୍ରମଣ ପାଇଁ ବ୍ୟବହୃତ ବିସ୍ଫୋରକ ବେଲଟ୍ ) ମିଳିଛି । ଏଥିରୁ ଏହା ଏକ ଆତଙ୍କବାଦୀ ଆକ୍ରମଣ ହେବା ନେଇ ସଂଦେହ କରାଯାଉଛି । ତେବେ ପୁଲିସ ଏପର୍ଯ୍ୟନ୍ତ ଆତଙ୍କବାଦୀ ଘଟଣା ବୋଲି ନିଶ୍ଚିତ କରିନାହିଁ। 

ad-week
Leave A Reply

Your email address will not be published.