ଶିକ୍ଷକଙ୍କୁ ସୁପ୍ରିମ ଆଶ୍ବସ୍ତି, TET ଡେଡ୍ ଲାଇନ୍ ପୂର୍ବରୁ ପାସ୍ କରିଥିଲେ ଯିବନି ଚାକିରି

youtube

ଭୁବନେଶ୍ବର: ଶିକ୍ଷକଙ୍କୁ ସୁପ୍ରିମକୋର୍ଟଙ୍କ ବଡ଼ ଆଶ୍ବସ୍ତି । TET ଡେଡ୍ ଲାଇନ୍ ପୂର୍ବରୁ ପାସ୍ କରିଥିଲେ ଯିବ ନାହିଁ ଚାକିରି । କୋର୍ଟ କହିଛନ୍ତି, TET ପାସ୍ କରିବା ପାଇଁ RTE ଆଇନ ଅନୁଯାୟୀ ବର୍ଦ୍ଧିତ ସମୟ ସୀମା ୨୦୧୯ ମାର୍ଚ୍ଚ ୩୧ ଦିଆଯାଇଥିଲା । ସେହି ସମୟ ପୂର୍ବରୁ ଯଦି କୌଣସି ଶିକ୍ଷକ ଯୋଗ୍ୟତା ହାସଲ କରିଛନ୍ତି ତାହେଲେ ନିଯୁକ୍ତି ସମୟରେ TET ନଥିବା ଯୋଗୁ ଚାକିରିରୁ ବରଖାସ୍ତ କରାଯାଇପାରିବନାହିଁ ।

ମୁଖ୍ୟ ବିଚାରପତି ବି.ଆର୍. ଗଭାଇଙ୍କ ଖଣ୍ଡପୀଠ କାନପୁରର ଦୁଇଜଣ ସହକାରୀ ଶିକ୍ଷକଙ୍କ ଆବେଦନକୁ ଗ୍ରହଣ କରିଛନ୍ତି । ଦୁଇ ଶିକ୍ଷକଙ୍କୁ ୨୦୧୨ରେ ନିଯୁକ୍ତି ପରେ ୨୦୧୮ରେ ବରଖାସ୍ତ କରାଯାଇଥିଲା । କୋର୍ଟ ଉଲ୍ଲେଖ କରିଛନ୍ତି ଯେ ଶିକ୍ଷକମାନେ ୨୦୧୪ ସୁଦ୍ଧା TET ପାସ୍ କରିସାରିଥିଲେ । ତେଣୁ ୨୦୧୯ ଡେଡ୍ ଲାଇନ୍ ପୂର୍ବରୁ ସେମାନେ ଯୋଗ୍ୟ ଥିଲେ । କୋର୍ଟଙ୍କ ବରଖାସ୍ତ ଆଦେଶକୁ ବାତିଲ କରି ଉଭୟ ଶିକ୍ଷକଙ୍କୁ ପୁନଃ ନିଯୁକ୍ତି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । କିନ୍ତୁ ସେମାନେ ପୂର୍ବର ବେତନ ପାଇବାକୁ ହକଦାର ହେବେ ନାହିଁ ବୋଲି ସ୍ପଷ୍ଟ କରାଯାଇଛି । ଏହି ରାୟ ହଜାର ହଜାର ଶିକ୍ଷକଙ୍କ ପାଇଁ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହୋଇଛି ।

Leave A Reply

Your email address will not be published.