ସକ୍ଷମ ରାଷ୍ଟ୍ରୀୟ କାର୍ଯ୍ୟକାରୀ ପରିଷଦ ବୈଠକରେ ଓଡିଶା ପଶ୍ଚିମ ପ୍ରାନ୍ତ ପ୍ରତିନିଧିଙ୍କ ଯୋଗଦାନ…

add-all

ରାୟଗଡା : ତା ୧୦/୧୧/୨ ହରିଆଣା ପ୍ରଦେଶ ପାନିପତ ଜ଼ିଲ୍ଲାର ସମଲଖାରେ ସେବା ସାଧନା କେନ୍ଦ୍ର ଠାରେ ୨ ଦିନ ଚାଲିଥିବା ରାଷ୍ଟ୍ରୀୟ କାର୍ଯ୍ୟକାରୀ ପରିଷଦ ବୈଠକରେ ସକ୍ଷମ, ଓଡିଶା ପଶ୍ଚିମ ପ୍ରାନ୍ତର ପ୍ରତିନିଧି ଦଳ ଯୋଗଦେଇଛନ୍ତି | ସୂଚନା ଥାଉକି ଯେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସମଦୃଷ୍ଟି, କ୍ଷମତା ବିକାଶ ଏବଂ ଅନୁସନ୍ଧାନ ମଣ୍ଡଳ ( ସକ୍ଷମ ) ତାର ୧୭ ତମ କାର୍ଯ୍ୟକାରୀ ପରିଷଦ ବୈଠକ ଅନୁଷ୍ଠିତ କରିସାରିଛି | ଏହି ବୈଠକରେ ଓଡିଶା ପଶ୍ଚିମ ପ୍ରାନ୍ତର ଡକ୍ଟର ଗୋପେଶ୍ୱରୀ ହୋତା, ଶ୍ୟାମ କୁମାର ଦାଶ, ବିଜୟ କୁମାର ମିଶ୍ର ଓ ଡକ୍ଟର ସୁଜାତା ପଣ୍ଡା ଉପସ୍ଥିତ ଥିଲେ | ଦେଶର ୪୬ ପ୍ରାନ୍ତର ପ୍ରତିନିଧି ପାଖାପାଖି ୨୨୦ ଜଣ ଏହି ବୈଠକରେ ଉପସ୍ଥିତ ଥିଲେ | ପ୍ରାନ୍ତ କମିଟି ସହ ସକ୍ଷମ ସଂଗଠନକୁ କିପରି ସୃଦୁଢ କରିହେବ, କିପରି ସଂଗଠନର କାର୍ଯ୍ୟକର୍ତ୍ତା ଦେଶର ପ୍ରତେକ ଦିବ୍ୟାଙ୍ଗ ମାନଙ୍କ ପାଖରେ ପହଞ୍ଚି ସକ୍ଷମର ଉଦେଶ୍ୟ ପହଞ୍ଚାଇ ସେବା ଯୋଗେଇ ପାରିବେ ଏନେଇ କେନ୍ଦ୍ରୀୟ କମିଟି ମାର୍ଗଦର୍ଶନ ଦେଇଥିଲେ | ଶିକ୍ଷା, ସ୍ୱାସ୍ଥ୍ୟ,

ସାମାଜିକ ସମରସତା ଓ ରୋଜଗାର କ୍ଷେତ୍ରରେ ଦିବ୍ୟାଙ୍ଗ ମାନେ କିପରି ଅଗ୍ରସର ହେଇପାରିବେ, ଉକ୍ତ ବିଷୟରେ ମଧ୍ୟ ଆଲୋଚନା ହେଇଥିଲା | ଏହା କେବଳ ବୈଠକ ନଥିଲା ବରଂ ଏହା ଏକ ପ୍ରଶିକ୍ଷଣ ଥିଲା, ଯାହାକୁ ଗମ୍ଭୀରତା ସହ ନିଜ ପ୍ରାନ୍ତର ପ୍ରତେକ ଜ଼ିଲ୍ଲାରେ ଦିବ୍ୟାଙ୍ଗ ମାନଙ୍କ ଉଦେଶ୍ୟରେ କାର୍ଯ୍ୟକାରୀ କରାଯିବ ଏନେଇ ସୂଚନା ଦେଇଥିଲେ ଓଡିଶା ପଶ୍ଚିମ ପ୍ରାନ୍ତର ସଚିବ ଶ୍ୟାମ କୁମାର ଦାଶ |

ad-week
Leave A Reply

Your email address will not be published.