ସରିଲା ନୂଆପଡ଼ା ଭୋଟ: ସନ୍ଧ୍ୟା ୫ଟା ସୁଦ୍ଧା ୭୫.୩୭% ଭୋଟିଂ

youtube

ନୂଆପଡ଼ା : ସରିଲା ନୂଆପଡ଼ା ଭୋଟ। ଇଭିଏମରେ ସିଲ ହେଲା ୧୪ ପ୍ରାର୍ଥୀଙ୍କ ଭାଗ୍ୟ। ଉତ୍ସାହର ସହ ୩୫୮ ବୁଥରେ ହୋଇଛି ଭୋଟିଂ ।  ସୁରୁଖୁରୁରେ ମତଦାନ ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଥିଲା ।  ସକାଳୁ ସକାଳୁ ବୁଥ୍ ଗୁଡିକରେ ଲମ୍ବା ଲାଇନ ଦେଖିବାକୁ ମିଳିଥିଲା ।  ସନ୍ଧ୍ୟା ୫ଟା ସୁଦ୍ଧା ୭୫.୩୭% ଭୋଟିଂ ହୋଇଛି । କାଁ ଭାଁ ବୁଥ୍ କୁ ଛାଡିଲେ ଧାଡିରେ ଛିଡା ହୋଇ ଶାନ୍ତି ଶୃଙ୍ଖଳାର ସହ ଭୋଟ ଗ୍ରହଣ ହୋଇଛି ।  ଶୃଙ୍ଖଳିତ ଭୋଟିଂ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।  ବୟସ୍କ ଓ ମହିଳା ଭୋଟରଙ୍କ ପାଇଁ ସ୍ବେଚ୍ଛାସେବୀମାନେ ସହାୟତା କରିଥିଲେ ।  ଭିନ୍ନକ୍ଷମଙ୍କ ମଧ୍ୟ ସମସ୍ତ ସୁବିଧା କରାଯାଉଥିଲା । ସ୍ତନ୍ୟପାନ କରାଉଥିବା ମହିଳାଙ୍କ ପାଇଁ ସଖୀ ବୁଥ ଗୁଡ଼ିକରେ ମାତୃକକ୍ଷର ବ୍ୟବସ୍ଥା କରାଯାଇଥିଲା ।ବ୍ୟାପକ ପଦକ୍ଷେପ ସତ୍ତ୍ବେ କାଁ ଭାଁ କିଛି କିଛି ସ୍ଥାନରେ ବିଭ୍ରାଟ ଦେଖିବାକୁ ମିଳିଛି ।

Leave A Reply

Your email address will not be published.