ଘାଟିରେ ଓଲଟିଲା ଅଟୋ, ୧୩ ଗୁରୁତର

youtube

ପାତ୍ରପୁର: ପାତ୍ରପୁର ବ୍ଲକ ତ୍ରପୁର ବ୍ଲକ ତୁରିବୁଡି ପଂଚାୟତରେ ଅଭାବନୀୟ ଘଟଣା ଘଟିଛି। ଘାଟିରେ ଅଟୋ ଓଲଟି ୧୩ ଜଣ ଆହତ ହୋଇଥିବାବେଳେ ୪ ଜଣ ଗୁରୁତର ହୋଇଛନ୍ତି। ଅଟୋଟି କିଛି ଲୋକଙ୍କୁ ନେଇ କୁମ୍ଭିଖାଲ ଗାଁକୁ ଏକ ଏକୋଇସା ଭୋଜିରେ ଯୋଗଦେବାକୁ ଆସୁଥିଲା। ହେଲେ ଭାରସାମ୍ୟ ହରାଇ ଏକ ଘାଟି ରାସ୍ତାରେ ଓଲଟି ପଡିଥିଲା। ଫଳରେ ୪ ଜଣ ଶିଶୁ ଙ୍କ ସହ ୧୩ ଜଣ ଆହତ ହୋଇଥିବା ଜଣାପଡିଛି। ଆହତ ମାନେ ହେଲେ ସୁସିଲା ପୂଜାରୀ, ସଞ୍ଜିତା ରୀତା, ସୁରେଶ ପୂଜାରୀ, ବିନା ରୀତା, ସୁକାସେଭ ରୀତା, ଜାନେଶ ପୂଜାରୀ, ଶିବ ରୀତା, ସୁରେନ୍ଦ୍ର ରାଇଟା, ବିଜୟା ରୀତା, ଦୀପ୍ତି ରୀତା, ସୂର୍ଯ୍ୟକିରଣ ରୀତା ଏବଂ ସୁମନ୍ତା । ଖବର ପାଇ କିଛି ସ୍ଥାନୀୟ ଲୋକ ଘଟଣାସ୍ଥଳରେ ପହଞ୍ଚି ଆହତ ମାନଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଥିଲେ। ପୁଲିସ ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି।

Leave A Reply

Your email address will not be published.