ଆଉ ଗୋଟିଏ ଦିନ ବଢ଼ିଲା ଐତିହାସିକ କଟକ ବାଲିଯାତ୍ରା

youtube

କଟକ: ଆଜି ସରିଥାନ୍ତା, ହେଲେ ଆଉ ଗୋଟିଏ ଦିନ ବଢିଲା। କଟକ ବାଲିଯାତ୍ରାର ଅବଧି ଆଉ ଗୋଟିଏ ଦିନ ବୃଦ୍ଧି ହୋଇଛି। ଏ ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି। ଏହାଦ୍ବାରା ବାଲିଯାତ୍ରା ଆଜି ୧୨ ତାରିଖ ପରିବର୍ତ୍ତେ ଆସନ୍ତାକାଲି ଅର୍ଥାତ୍ ୧୩ ତାରିଖ ଦିନ ଉଦ୍‌ଯାପିତ ହେବ। ବାଲିଯାତ୍ରା ପ୍ରତି ସାଧାରଣ ଲୋକଙ୍କ ଆକର୍ଷଣ ଓ ଆଗ୍ରହ ତଥା ମେଳାରେ ବ୍ୟବସାୟୀ ମାନଙ୍କ କାରବାରକୁ ନଜରରେ ରଖି ମୁଖ୍ୟମନ୍ତ୍ରୀ ଏହାର ଅବଧି ବୃଦ୍ଧି କରିଛନ୍ତି। ଲୋକଙ୍କ ଆଗ୍ରହ ଓ ବ୍ୟବସାୟୀଙ୍କ କାରବାରକୁ ନଜରରେ ରଖି ବଢାଯାଇଥିବା ସୂଚନା ମିଳିଛି । ମେଳାରେ ବେଶ ଜମୁଛି କିଣାବିକା । ଲୋକମାନେ ମେଳା ବୁଲିବା ବିଭିନ୍ନ ଷ୍ଟଲ ବୁଲି ଜିନିଷ କିଣୁଛନ୍ତି । ଖାଇବା ଜିନିଷ ସହ ଦୋଳିର ବେଶ ମଜା ନେଉଛନ୍ତି ।

Leave A Reply

Your email address will not be published.