ନୂଆପଡ଼ାରେ ଐତିହାସିକ ୮୩.୪୫% ମତଦାନ

youtube

ନୂଆପଡ଼ା: ନୂଆପଡ଼ା ଉପନିର୍ବାଚନରେ ଏଥର ରେକର୍ଡ ମତଦାନ ହୋଇଛି। ଚଳିତ ଥର ଐତିହାସିକ ଭାବେ ୮୩.୪୫% ଭୋଟିଂ ହୋଇଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ)ଙ୍କ ସୂତ୍ରରୁ ସୂଚନା ମିଳିଛି।

ସିଇଓ କହିଛନ୍ତି ଯେ, ମତଦାନରେ ଏହି ଉତ୍ସାହପୂର୍ଣ୍ଣ ଅଂଶଗ୍ରହଣ ନୂଆପଡାବାସୀଙ୍କ ଗଣତନ୍ତ୍ର ପ୍ରତି ଥିବା ଆସ୍ଥା ଓ ବିଶ୍ୱାସକୁ ପ୍ରଦର୍ଶିତ କରୁଛି। ବିପୁଳ ସଂଖ୍ୟାରେ ମତଦାନ କରି ଗଣତନ୍ତ୍ରର ପର୍ବକୁ ସଫଳ କରିଥିବା ସମସ୍ତ ମତଦାତାଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ମତଦାତାଙ୍କ ମଧ୍ୟରେ ସଚେତନତା ବଢ଼ାଇବା ପାଇଁ ସମର୍ପିତ ମନୋଭାବ ଓ ନିଷ୍ଠାପର ଉଦ୍ୟମ ରଖିଥିବା ସମସ୍ତ ନିର୍ବାଚନ ଅଧିକାରୀ ଓ କର୍ମଚାରୀଙ୍କୁ ସାଧୁବାଦ ଜଣାଇଛନ୍ତି ସିଇଓ।

Leave A Reply

Your email address will not be published.