ପେରୁରେ ବସ୍ ଦୁର୍ଘଟଣାରେ ୩୭ ମୃତ, ୧୩ ଆହତ

youtube

ପେରୁ: ଦକ୍ଷିଣ ପେରୁରେ ବୁଧବାର ସକାଳେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଏକ ଯାତ୍ରୀବାହୀ ବସ୍ ଅନ୍ୟ ଏକ ଗାଡ଼ି ସହିତ ଧକ୍କା ହୋଇ ଗଭୀର ଘାଟିକୁ ଖସି ପଡ଼ିଛି । ଏହି ଦୁର୍ଘଟଣାରେ ଅତି କମରେ ୩୭ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୩ ଜଣ ଆହତ ହୋଇଛନ୍ତି ବୋଲି କହିଛନ୍ତି ଅଧିକାରୀମାନେ । ଏଥିସହ ଆହତମାନଙ୍କୁ ସ୍ଥାନୀୟ ଡାକ୍ତରଖାନାକୁ ନିଆଯାଇଛି ।

ଆରେକ୍ୱିପା ଅଞ୍ଚଳର ସ୍ୱାସ୍ଥ୍ୟ ପରିଚାଳକ ୱାଲ୍ଟର ଓପୋର୍ଟୋ ସ୍ଥାନୀୟ ରେଡିଓ RPPକୁ କହିଛନ୍ତି ଯେ ବସ୍ ଟି ଏକ ପିକଅପ୍ ଟ୍ରକ୍ ସହିତ ଧକ୍କା ଖାଇ ରାସ୍ତାରୁ ଖସି ଏକ ଖାତକୁ ଖସି ପଡ଼ିଥିଲା । ବସ୍ ଟି ଚାଲା ସହରରୁ ବାହାରି ଆରେକ୍ୱିପା ଅଭିମୁଖେ ଯାଉଥିବା ବେଳେ ଦକ୍ଷିଣ ପେରୁରେ ହଠାତ୍ ଅନ୍ୟ ଏକ ଗାଡ଼ି ସହିତ ଧକ୍କା ହୋଇଥିଲା । ଚାଲା ହେଉଛି ଦକ୍ଷିଣ ପେରୁର ଏକ ଖଣି ଅଞ୍ଚଳ ।

Leave A Reply

Your email address will not be published.