
ନୂଆଦିଲ୍ଲୀ : ଦିଲ୍ଲୀ ଲାଲକିଲ୍ଲା ନିକଟ ବିସ୍ଫୋରଣ ଘଟଣାରେ ବଡ଼ ଖୁଲାସା । DNA ଟେଷ୍ଟରୁ ଚିହ୍ନଟ ହେଲା ବିସ୍ଫୋରଣକାରୀ । ମାଷ୍ଟର ମାଇଣ୍ଡ ଉମର ନବୀ ବିସ୍ଫୋରଣ କରିଥିଲା । ବିସ୍ଫୋରଣ କରିଥିବା ହ୍ୟୁଣ୍ଡାଇ-i20 କାର୍ ଚଲାଉଥିଲା ଡାକ୍ତର ଉମର ଉନ୍ ନବୀ । ତାଙ୍କ ମାଆଙ୍କ ସହ DNA ଟେଷ୍ଟ ପରେ ସ୍ପଷ୍ଟ ହୋଇଛି । ପୁଲୱାମା କୋଇଲ ଗାଁର ମାଷ୍ଟରମାଇଣ୍ଡ ଡାକ୍ତର ଉମର ନବୀ ବିସ୍ଫୋରଣରେ ସାମିଲ ଥିଲା ।
ବିସ୍ଫୋରଣ ହୋଇଥିବା ଗାଡିର ଖଣ୍ଡବିଖଣ୍ଡିତ ଅଂଶ, ଗୋଟିଏ କଟା ହାତ, ହାଡ ଓ ଦାନ୍ତ ଉଦ୍ଧାର କରିଥିଲେ ଫୋରେନସିକ୍ ଟିମ୍। ପରେ ନବୀଙ୍କ ମା ସମିମା ବାନୋଙ୍କ ଠାରୁ ସଂଗୃହିତ DNA ନମୁନା ସହ ମେଳ କରାଯାଇଥିଲା । ଯାହା ୧୦୦ ପ୍ରତିଶତ ମେଳ କରିଛି । ପରେ ବିସ୍ଫୋରଣ ଘଟାଇଥିବା ଗାଡିର ଚାଳକ ଉମର ନବୀ ଥିଲେ ବୋଲି ସ୍ପଷ୍ଟ ହୋଇଛି । ଗୁଲାମ ନବୀ ଭଟ୍ଟଙ୍କ ପୁଅ ଡାକ୍ତର ନବୀ ହରିୟାଣାର ଫରିଦାବାଦରେ ଥିବା ଅଲ-ଫାଲହ ମେଡିକାଲ କଲେଜରେ ମେଡିସିନ୍ ର ଜଣେ ସହକାରୀ ପ୍ରଫେସର ଥିଲେ । ସେ ଜୈଶ୍-ଏ-ମହମ୍ମଦ ସମର୍ଥିତ ଆତଙ୍କୀ ନେଟୱର୍କର ମୁଖ୍ୟ ସଦସ୍ୟ ଥିଲେ ।