ଡିସେମ୍ବର ୬ରେ ୩୨ ସ୍ଥାନରେ ହୋଇଥାନ୍ତା ସିରିଜ୍ ବିସ୍ଫୋରଣ !

youtube

ନୂଆଦିଲ୍ଲୀ  : ୩୨ଟି କାରରେ ୩୨ଟି ବିସ୍ଫୋରଣ ଯୋଜନା ।  ଧାର୍ଯ୍ୟ ତାରିଖ ଥିଲା ଡିସେମ୍ବର ୬ ।  ଦିଲ୍ଲୀ ଲାଲକିଲ୍ଲା ବ୍ଲାଷ୍ଟ ତଦନ୍ତରୁ, ତଦନ୍ତକାରୀ ସଂସ୍ଥାକୁ ଏପରି ସାଂଘାତିକ ତଥ୍ୟ ମିଳିଥିବା କୁହାଯାଉଛି ।  ନଭେମ୍ବର ୧୦ରେ ଏକ ହ୍ୟୁଣ୍ଡାଇ ଆଇ ୨୦ ଗାଡ଼ିରେ ବିସ୍ଫୋରଣ ହେଲା। ଗୋଟିଏ ସୁଜିକି ବ୍ରେଜା, ସ୍ବିଫ୍ଟ ଡିଜାୟର ଏବଂ ଗୋଟିଏ ଫୋର୍ଡ ଇକୋ ସ୍ପୋର୍ଟର ସନ୍ଧାନ ମିଳି ସାରିଛି ।  ବ୍ରିଜା କାରଟି ହରିୟାଣାର ଫରିଦାବାଦର ଅଲ-ଫଲାହ ସ୍କୁଲ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ୍ ରିସର୍ଚ୍ଚ ସେଣ୍ଟର କ୍ୟାମ୍ପସରୁ ମିଳିଥିଲା ।

ସେହି ଅନୁଷ୍ଠାନ ଏବେ ଆତଙ୍କବାଦୀଙ୍କ କାର୍ଯ୍ୟକଳାପର କେନ୍ଦ୍ରସ୍ଥଳ ଭାବରେ ଉଭା ହୋଇଛି। ଇକୋ ସ୍ପୋର୍ଟ କାରଟି ଗତକାଲି ହରିୟାଣା ଫରିଦାବାଦରୁ ମିଳିଥିଲା। ଡିଜାୟର ଗାଡ଼ିଟି ସୋମବାର ଜବତ ହୋଇଥିଲା। ସେଥିରୁ ଗୋଟିଏ ଆସଲ୍ଟ ରାଇଫଲ ଓ ଅନ୍ୟାନ୍ୟ ବିସ୍ଫୋରକ ମିଳିଥିଲା । ମୋଟ ୩୨ଟି ଗାଡ଼ି ଯୋଗାଡ଼ ଲକ୍ଷ୍ୟରେ ଥିଲେ ଆତଙ୍କବାଦୀ । ପୁରୁଣା ଗାଡ଼ି ଯାହାର ବାରମ୍ବାର ବିକାକିଣା ହୋଇଛି, ସେହିପରି ଗାଡ଼ି ବ୍ୟବହାର କରିବାକୁ ଚାହୁଁଥିଲେ ଆତଙ୍କବାଦୀ। ଡିସେମ୍ବର ୬ରେ ଦିଲ୍ଲୀରେ ଛଅଟି ପର୍ଯ୍ୟାୟରେ ୬ଟି ସ୍ଥାନରେ ସମନ୍ବିତ ଢଙ୍ଗରେ ଆକ୍ରମଣ ପାଇଁ ଯୋଜନା ହୋଇଥିବା ଜଣାପଡିଛି।

Leave A Reply

Your email address will not be published.