
ପୁଣେ : ପୁଣେରେ ଘଟିଯାଇଛି ଏକ ଭୟଙ୍କର ସଡ଼କ ଦୁର୍ଘଟଣା । ଏଥିରେ ୮ ଲୋକଙ୍କ ପ୍ରାଣହାନୀ ଘଟିଥିବା ବେଳେ ଅନେକ ଗୁରୁତର ଆହତ ହୋଇଛନ୍ତି । ପୋଲିସ ଓ ଦମକଳ ବାହିନୀ ଦୁର୍ଘଟଣା ସ୍ଥଳରେ ପହଂଚି ନିଆଁକୁ ଆୟତ୍ତ କରିବା ସହ ଗୁରୁତରଙ୍କୁ ହସ୍ପିଟାଲ ନେଇଛନ୍ତି । ସୂଚନା ଅନୁଯାୟୀ, ଏକ ମାଲ ବୋଝେଇ ଟ୍ରକ ଦ୍ରୁତ ଗତିରେ ଆସି ୬ ରୁ ଉର୍ଦ୍ଧ୍ଵ ଗାଡିକୁ ଧକ୍କା ଦେଇଥିଲା । ଦୁଘଟଣା ଏତେ ଭୟଙ୍କର ଥିଲା ଯେ ଗାଡ଼ିଗୁଡ଼ିକ ଜଳିବାକୁ ଲାଗିଥିଲା । ଏହି ଦୁର୍ଘଟଣାରେ ୮ ଜଣ ବ୍ୟକ୍ତି ଜିଅନ୍ତା ଜଳିଯାଇଥିବା ଜାଣିବାକୁ ମିଳିଛି । ଗୁରୁତରଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିବା ସହ ଘଟଣାର ତଦନ୍ତ କରୁଛି ପୋଲିସ ।