ଭେଣ୍ଟିଲେଟର୍‌ରେ ହ୍ୟୁମାନ : କାନ୍ଦି କାନ୍ଦି ସହାୟତା ଲୋଡିଲେ ମା’

add-all

ଭୁବନେଶ୍ବର: କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଅସୁସ୍ଥ ହୋଇ ପଡ଼ିଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ଭୁବନେଶ୍ବର ଏମ୍‌ସରେ ଭର୍ତ୍ତି କରାଯାଇଛି। ଏମର୍ଜେନ୍ସି ବିଭାଗରେ ପ୍ରାରମ୍ଭିକ ଚିକିତ୍ସା ପରେ ମେଡିକାଲ ଆଇସିୟୁରେ ତାଙ୍କ ଚିକିତ୍ସା ଜାରି ରହିଛି। ଇକ୍‌ମୋ ବିଶେଷଜ୍ଞ ଡା. ଶ୍ରୀକାନ୍ତ ବେହେରାଙ୍କ ତତ୍ତ୍ବାବଧାନରେ ସେ ଚିକିତ୍ସିତ ହେଉଛନ୍ତି। ୩୬ ବର୍ଷୀୟ ହ୍ୟୁମାନଙ୍କ ସ୍ବାସ୍ଥ୍ୟାବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିବା ସୂଚନା ମିଳିଛି। ଏହି ସମୟରେ ପୁଅର ଚିକିତ୍ସା ପାଇଁ ସହାୟତା ଦେବାକୁ ତାଙ୍କ ମା’ ଆକୁଳ ନିବେଦନ କରିଛନ୍ତି। ସେ କହିଛନ୍ତି, ମୋ ପୁଅ ଭେଣ୍ଟିଲେଟର୍‌ରେ ଅଛି। ଦୟାକରି ମୋ ପୁଅ ବାହାରକୁ ନେଇ ଚିକିତ୍ସା କରନ୍ତୁ ବୋଲି ସେ କାନ୍ଦି କାନ୍ଦି ଗଣମାଧ୍ୟମ ଆଗରେ କହିଛନ୍ତି।
ଏମ୍‌ସ ପକ୍ଷରୁ ଜାରି ସୂଚନା ଅନୁସାରେ, ତାଙ୍କର ଶ୍ବାସକ୍ରିୟା ବିଫଳତା ଓ କିଡ୍‌ନୀରେ ଗଭୀର ଆଘାତ ସମେତ କ୍ରନିକ ଲିଭର ସମସ୍ୟା ରହିଛି। ଏହାସହ ସେ ନିମୋନିଆରେ ମଧ୍ୟ ପୀଡ଼ିତ। ସୂଚନାଯୋଗ୍ୟ, କିଛିଦିନ ହେଲା ଗୁରୁତର ଅସୁସ୍ଥ ହୋଇ କଣ୍ଠଶିଳ୍ପୀ ଅଭିଜିତ ମଜୁମଦାର ମଧ୍ୟ ଏମ୍‌ସରେ ଚିକିତ୍ସିତ ହେଉଛନ୍ତି।

ad-week
Leave A Reply

Your email address will not be published.