
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାରେ ମଧ୍ୟ ପାରଳାଖେମୁଣ୍ଡି ସହରରେ ୧୯୯୩ ମସିହାରେ ଏକ ସ୍ଵତନ୍ତ୍ର ପରିସରରେ ପ୍ରତିଷ୍ଠା ହୋଇଥିଲା ଓମଫେଡଅନୁଷ୍ଠାନ। ଦୁଗ୍ଧ ଉତ୍ପାଦନକାରୀ ଚାଷୀଙ୍କ ଠାରୁ ଦୈନିକ ୫ ହଜାର ଲିଟରରୁ ଊର୍ଦ୍ଧ୍ବଦୁଗ୍ଦ ସଂଗୃହିତ ହୋଇ ଆସୁଥିଲା, ଦୁଗ୍ଧ ସଂଗ୍ରହ ଠାରୁ ପ୍ରକ୍ରିୟାକରଣ କରିବା ପାଇଁ ୨୦ ରୁ ଊର୍ଦ୍ଧ୍ବ କର୍ମଚାରୀ ଏଠାରେ ନିୟୋଜିତ ହେଉଥିଲେ। ବର୍ତ୍ତମାନ ତାହା ଦୁଇଜଣ କର୍ମଚାରୀରେ ସୀମିତ ରହିଛି । ବଜାରରେ ମଧ୍ୟ ଓମଫେଡ ଦୁଗ୍ଧର ଯଥେଷ୍ଟ ଚାହିଦା ଓ ଲୋକଙ୍କ ଭରଷା ଯୁକ୍ତ ରହିଥିଲା। ଅନୁରୂପରେ ଗୋପାଳନ ନେଇ ପ୍ରୋତ୍ସାହିତ ହେଉଥିଲେ | ପରବର୍ତୀ ସମୟରେ ଘରୋଇ ସଂସ୍ଥାକୁ ପ୍ରୋତ୍ସାହିତ କରାଯିବା ଫଳରେ ସରକାରୀସ୍ତରରେ ଅବହେଳାର ଶିକାର ହେବାରେ ଲାଗିଲା ଏହି ସଂସ୍ଥା । ପ୍ରକିୟା କରଣ କେନ୍ଦ୍ର ଓ କାର୍ଯ୍ୟାଳୟ କୋଠା ନଷ୍ଟ ହୋଇଯାଈଥିବା ବେଳେ ବିପଦ ସଙ୍କୁଳ ଅବସ୍ଥାରେ ରହିଛି କେତେବେଳ ଯେ କଣ ହେବ ତାହା କହିବା ମୁସ୍କିଲ। ସେହିଭଳି ଆସବାବପତ୍ର ସବୁ ଧିରେ ଧିରେ କଳଙ୍କି ଲାଗି ନଷ୍ଟ ହେଲାଣି, ଜରାଜୀର୍ଣ୍ଣ ଅବସ୍ଥାରେ କୋଠା ରହିଥିବା ବେଳେ ସମ୍ପୂର୍ଣ୍ଣ ଅଞ୍ଚଳ ଏବେ ଜଙ୍ଗଲ ଭଳି ପରିବେଶ ସୃଷ୍ଟି ହୋଇଛି। ତଥାପି ସେଠାରେ ପ୍ରକୀୟାକରଣ ଓ ଶୀତଳୀକରଣ କାର୍ଯ୍ୟ ଚାଲୁ ରହିଛି। ଅପରପକ୍ଷରେ ଦୁଗ୍ଧ ଉତ୍ପାଦନକାରୀ ଚାଷୀଙ୍କୁ ସରକାରୀ ପ୍ରୋତ୍ସାହନ ମିଳିପାରିଲା ନାହିଁ । ଯାହା ଫଳରେ ଗତ କିଛି ବର୍ଷମଧ୍ୟରେ ଅନୁଷ୍ଠାନର ଅଧୋଗତି ଘଟି ଦେବାଳିଆ ସ୍ଥିତିକୁ ଗତି କଲାଣି। ପ୍ରୋତ୍ସାହନ ଅଭାବରୁ ଦୁଗ୍ଧ ସଂଗ୍ରହ ୫ହଜାର ଲିଟରରୁ କମି ୫ ଶହ ଲିଟରରେ ପହଞ୍ଚିଛି । ଆନ୍ଧ୍ର ରୁଗାଡ଼ି ଆସି ଚାଷୀଙ୍କ ଠାରୁ ଅଧିକା ଦାମ ଦେଇ କ୍ଷୀର ସଂଗ୍ରହ କରି ନେଉଥିବା ବେଳେଓମଫେଡ ଜଳକା ହୋଇ ଚାହିଁ ରହୁଛି।
ଓମଫେଡ ଠାରୁ ମୁହଁ ଫେରାଉଛନ୍ତୁ ଚାଷୀ । ବଜାରରେ ଆନ୍ଧ୍ର ଉତ୍ପାଦିତ କ୍ଷୀରର ଦାମ ଲିଟର ପିଛା ୬୦ ଟଙ୍କା ଥିବା ବେଳେ ଓମଫେଡର ଦାମ ଲିଟର ପିଛା ୫୬ ଟଙ୍କା ରହିଛି ଯାହାଚାଷୀଙ୍କ ଠାରୁ କମ ଦାମରେ କ୍ଷୀର ନେଇ ଅଧିକ ଦାମରେ ବିକ୍ରି କରୁଛି ଓମଫେଡ, କିନ୍ତୁ ଆନ୍ଧ୍ର କମ୍ପାନୀ ଅଧିକା ଦାମରେ କ୍ଷୀର କିଣି ମଧ୍ୟ ବଜାରରେ ସମାନ ଦରରେ ବିକ୍ରିକରୁଛି । ତେଣୁ ଜିଲ୍ଲାରେ ଘରୋଇ ଦୁଗ୍ଧ ଉତ୍ପାଦନ କମ୍ପାନୀ ନଥିଲେ ମଧ୍ୟ ଆନ୍ଧ୍ର-ଓଡ଼ିଶା ସୀମାବର୍ତୀ ହୋଇଥିବାରୁ ଆନ୍ଧ୍ରରୁ ବିଶାଖା ଡାଇରି ଓ ହେରିଟେଜ ଭଳି କିଛି ଘରୋଇ କମ୍ପାନୀ ଜିଲ୍ଲାରେ ତାଙ୍କର କାୟା ବିସ୍ତାର କରି ପାରିଛନ୍ତି ।
ଅପରପକ୍ଷରେ ସରକାରୀ ସଂସ୍ଥାର ବିକାଶ ତଥା ବହୁଳ ଭାବରେ ପ୍ରଚାର ପ୍ରସାର ଦିଗରେ ବିଭାଗ ଗୁରୁତ୍ଵ ଦେଉନଥିବାରୁ ଅବହେଳାର ଶିକାର ହେଉଛି ଓମଫେଡ। ଭିତ୍ତିଭୂମିର ବିକାଶ ନିମନ୍ତେ ସରକାର ଅନୁଦାନ ଦେଉ ନଥିବାରୁ, ରୁଗ୍ଣ ହେଲାଣି ଏହି କେନ୍ଦ୍ରର କୋଠାବାଡ଼ି, ଛାତରୁ ପାଣି ଝରି କଂକ୍ରିଟ ଝଡୁଛି, ଏଠି କାମ କରିବା ସୁରକ୍ଷିତ ନୁହେଁ, ଶୀତଳ ଭଣ୍ଡାର ଅବସ୍ଥାକହିଲେ ନସରେ, କର୍ମଚାରୀ ନିଯୁକ୍ତି ହେଉନାହିଁ, ମାତ୍ର ଦୁଇ ଜଣ ମିଲ୍କ ମେନ ଦ୍ବାରାପରିଚାଳିତ ହେଉଛି । ଗତ ୫ ମାସ ହେଲା କର୍ମଚାରୀ ଦରମା ପାଇ ପାରିନାହାନ୍ତି । ବ୍ରହ୍ମପୁର ଓମଫେଡ ଅଧିନରେ ଏହି କେନ୍ଦ୍ର ପରିଚାଳନା ହେଉଥିବା ବେଳେ ଠିକ୍ ଭାବେ ରକ୍ଷଣାବେକ୍ଷଣ ହେଉନଥିବା ଅଭିଯୋଗ ହୋଇଛି, ଏହାର ପୁନରୁଦ୍ଧାର ହେଲେ ଚାଷୀ ଓ ସାଧାରଣଜନତା ଉପକୃତ ହେବେ ବୋଲି କହିଛନ୍ତି ବୁଦ୍ଧିଜୀବୀ ଓ ଚାଷୀନେତା।