
ବ୍ରହ୍ମପୁର ୧୭/୧୧ ଅରୂପା (ଭୁବନେଶ୍ଵର) ତରଫରୁ ବ୍ରହ୍ମପୁର ଓଡ଼ିଶାର ଗ୍ରାମାଞ୍ଚଳ ଓ ସହରାଞ୍ଚଳ ଉତ୍ପାଦକ ସଂଘ) ଭୁବନେଶ୍ଵର ବ୍ରହ୍ମପୁର ବାଣିଜ୍ୟ ମେଳା-୨୦୨୫ ଚର୍ଚ୍ଚ ପଡ଼ିଆରେ ଶୁଭାରମ୍ଭ ହୋଇଛି ।ଏହି ଅବସରରେ ବ୍ରହ୍ମପୁର ବିଧାୟକ କେ .ଅନିଲ କୁମାର ଙ୍କ ମୁଖ୍ୟ ଅତିଥି ରୂପେ ଯୋଗ୍ ଦେଇ ଉଦଘାଟିତ କରିଥିଲେ । ୨୬ ତାରିଖ ପର୍ଯ୍ୟନ୍ତ ଏହି ମେଳା ଚାଲିବ । ଏଥିରେ ଓଡ଼ିଶାର ବିଭିନ୍ନ ଜିଲ୍ଲାର ହସ୍ତଶିଳ୍ପୀ କାରିଗର, ବୁଣାକାର ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ଯମ ଉଦ୍ୟୋଗୀ ତଥା ସ୍ୱୟଂ ସହାୟକ ଗୋଷ୍ଠୀର ସଭ୍ୟ ଓ ସଭ୍ୟାମାନେ ଯୋଗଦାନ କରିଛନ୍ତି । ମୁଖ୍ୟ ଅଶୋକ କୁମାର ସାହୁ ସିଇଓ ଅରୁପା, ଭୁବନେଶ୍ୱର, ଜିଲ୍ଲା ବିଜେପି ସଭାପତି ସରୋଜ ସାବତ ,କର୍ପୋରେଟର ପ୍ରଦିପ ଶତପଥୀ, ବାଳକୃଷ୍ଣ ସାମନ୍ତରାୟ,ଯୁଗ୍ମ ନିର୍ଦ୍ଦେଶକ ଡ ସିବାନନ୍ଦ ନାୟକ, ଅଶୋକ କୁମାର ବ୍ରହ୍ମା, ସୁଦୀପ କୁମାର୍ ସାହୁ, ଡ. ସନ୍ଧ୍ୟା ରାଣି ପଟ୍ଟନାୟକ, ଉମାପତି ବେହେରା, ଉମା ପାଠି, ମହାରାଜା ଭୁବନ ଭାସ୍କର, ନଗେନ୍ଦ୍ର ନାଥ , କାଁହୁ ରାଉତ ଉପସ୍ଥିତ ଥିଲେ. ।