ମୋବାଇଲ୍ ନେଟୱାର୍କ ସମସ୍ୟା ନେଇ ରାସ୍ତା ଅବରୋଧ ସହ ଗଣଧରଣା

youtube

ରାଇକିଆ : କନ୍ଧମାଳ ଜିଲ୍ଲାର ରାଇକିଆ ବ୍ଲକ ଅନ୍ତର୍ଗତ ମାଣିକେଶ୍ଵର ଗ୍ରାମପଞ୍ଚାୟତର ୯ ଗୋଟି ୱାର୍ଡର ଜନସାଧାରଣ ମୋବାଇଲ୍ ସେବା ନେଟୱାର୍କ ସମସ୍ୟା ନେଇ ବାରମ୍ବାର ପ୍ରଶାସନ ଓ ବିଭାଗୀୟ ଅଧିକାରୀ ମାନଙ୍କୁ ବହୁବାର ଜଣାଇ ଦାବି କରି ଆସୁଥିଲେ ହେଁ କୌଣସି ସୁଫଳ କିମ୍ଵା ଦାବି ପୂରଣ ହେଉନଥି ବାରୁ ଅତିଷ୍ଟ ହୋଇ ତା ୧୭.୧୧.୨୦୨୫ ସୋମବାର ଦିନ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ରାସ୍ତା ଅବରୋଧ କରି ଗଣଧାରଣା ଦେଇଥିଲେ, ଯଦ୍ୱାରା ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା, ଏହି ରାସ୍ତା ଅବରୋଧ ର ଖବର ପାଇ ରାଇକିଆ ଥାନା ପୋଲିସ ଏବଂ ଏସଡିପିଓ ଜି ଉଦୟଗିରି ,ଶ୍ରୀ ବିଜୟ ବିଶି ଏବଂ ସାଂସଦ ପ୍ରତିନିଧି ତଥା ରାଜ୍ୟ ସରକାରଙ୍କ ବିଏସେଏନଲ୍ ଆଡଭାଇଜରୀ କମିଟି ସଦସ୍ୟ ଶ୍ରୀ ସନ୍ତୋଷ କୁମାର ଲେଙ୍କା ଘଟଣା ସ୍ଥଳରେ ପହଞ୍ଚି ବହୁ ବୁଝବୁଝିକରି ନେଟୱର୍କ ସମସ୍ୟା ସମାଧାନ କରିବା ନିମନ୍ତେ ନିର୍ଭର ପ୍ରତିଶ୍ରୁତି ଦେବା ପରେ ଜନସାଧାରଣ ରାସ୍ତା ଅବରୋଧରୁ ଓ ଗଣ ଧାରଣାରୁ ହଟି ଯାଇଥିଲେ।

Leave A Reply

Your email address will not be published.