ରାଇକିଆରେ ବୀର ସୁରେନ୍ଦ୍ର ସାଏ ଦିବ୍ୟଦୃଷ୍ଟି ସ୍ବାସ୍ଥ୍ୟ ଶିବିର କାର୍ଯ୍ୟକ୍ରମ ଶୁଭାରମ୍ଭ

youtube


ରାଇକିଆ : ଆଜି କନ୍ଧମାଳ ଜିଲ୍ଲାର ରାଇକିଆ ସ୍ଥିତ ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବୀର ସୁରେନ୍ଦ୍ର ସାଏ ଦିବ୍ୟଦୃଷ୍ଟି ସ୍ବାସ୍ଥ୍ୟ ଶିବିର କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଯାଇଅଛି। ବିଦ୍ୟାଳୟ ପିଲାମାନଙ୍କର ଦୃଷ୍ଟି ସମସ୍ୟା ଚିହ୍ନଟ କରି ମାଗଣାରେ ଚିକିତ୍ସା ସୁବିଧା ଯୋଗାଇବା ଲକ୍ଷ୍ୟରେ ଏହି ସ୍ବାସ୍ଥ୍ୟ ଶିବିର ଆୟୋଜନ ହୋଇଅଛି। ଏଥିରେ ୫୦ ଗୋଟି ବିଦ୍ୟାଳୟ ଗୁଡ଼ିକରୁ ୩୦୦ ଜଣ ଛାତ୍ରଛାତ୍ରୀ ମାନଙ୍କର ଦୃଷ୍ଟି ସମସ୍ୟା ପରୀକ୍ଷା କରାଯାଇ ଚିକିତ୍ସା କରାଯାଇଥିଲା, ତହିଁ ମଧ୍ୟରୁ ୧୧୧ଜଣଙ୍କୁ ଚଷମା ପାଇବା ପାଇଁ ସ୍ଥିରୀକୃତ ହେଇଥିଲା ଏବଂ ୧୦ ଜଣ ଛାତ୍ରଛାତ୍ରୀଙ୍କୁ ଅଧିକ ଚିକିତ୍ସା ନିମନ୍ତେ ପ୍ରେରଣ କରାଯାଇଥିଲା। ଆଜିର ଏହି ସ୍ବାସ୍ଥ୍ୟ ଶିବିର କାର୍ଯ୍ୟକ୍ରମରେ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀ କେଶବ ମଲ୍ଲିକ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଚକ୍ଷୁ ବିଶେଷଜ୍ଞ ଡ. ଅରବିନ୍ଦ ଦାସ ଏବଂ ରାଇକିଆ ଚକ୍ଷୁ ବିଶେଷଜ୍ଞ ଡ ସୁଭାଶିଶ ପଣ୍ଡା ଉପସ୍ଥିତ ଥିଲେ, ଏହି ବୀର ସୁରେନ୍ଦ୍ର ସାଏ ଦିବ୍ୟଦୃଷ୍ଟି ସ୍ୱାସ୍ଥ୍ୟ ଶିବିର କାର୍ଯ୍ୟକ୍ରମକୁ ଗୋଷ୍ଠୀ ଶିକ୍ଷା ସାଧନ କର୍ମୀ ଶ୍ରୀ କୃଷ୍ଣଚନ୍ଦ୍ର ପ୍ରଧାନ ପରିଚାଳନା କରିଥିଲେ , ଆଗାମୀ ୨ ମାସ ପର୍ଯ୍ୟନ୍ତ ଜିଲ୍ଲାରେ ଜାରୀ ରହିବ।

Leave A Reply

Your email address will not be published.