ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ବାରବାଟି ମ୍ୟାଚ୍: ଡିସେମ୍ବର ୧ରୁ ଅନଲାଇନ୍ ଟିକେଟ ବିକ୍ରି

youtube

କଟକ : ଡିସେମ୍ବର ୯ ତାରିଖରେ ଭାରତ ବନାମ ଦକ୍ଷିଣ ଆଫ୍ରିକା ଟି୨୦ ମ୍ୟାଚ୍ ବାରବାଟି ଷ୍ଟାଡିୟମରେ ଅନୁଷ୍ଠିତ ହେବ । ଏଥିପାଇଁ ଡିସେମ୍ବର ୧ ରୁ ଅନଲାଇନ୍ ଟିକେଟ ବିକ୍ରି ଆରମ୍ଭ ହେବ ।  ଡିସେମ୍ବର ୩ ଓ ୪ ତାରିଖରେ ଅନୁବନ୍ଧିତ ସଂସ୍ଥା ଓ କ୍ଳବ୍ ମାନଙ୍କୁ ଅଫଲାଇନ୍ ଜରିଆରେ ଟିକେଟ ବିକ୍ରି କରାଯିବ ।

ସେହିଭଳି ଡିସେମ୍ବର ୫ ତାରିଖରେ ସର୍ବସାଧାରଣଙ୍କ ପାଇଁ କାଉଣ୍ଟରରେ ଟିକେଟ ବିକ୍ରି କରାଯିବ । ମୋଟ ୬ ଟି ଟିକେଟ କାଉଣ୍ଟରରେ ଟିକେଟ ବିକ୍ରି କରାଯିବ । ତେବେ କେତେ ସଂଖ୍ୟାରେ ଟିକେଟ ବିକ୍ରି ହେବ ତାହା ଏପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇ ନାହିଁ ବୋଲି ସୂଚନା ଦେଲେ ଓସିଏ ସମ୍ପାଦକ ସଞ୍ଜୟ ବେହେରା ।

Leave A Reply

Your email address will not be published.