ପୋଖରୀରେ ବୁଡିଗଲେ ୨ ଶିଶୁ

add-all

ତିହିଡ଼ି: ଭଦ୍ରକ ଜିଲା ତିହିଡ଼ି ବ୍ଲକ ଜାଫରାବାଦ ଗାଁରେ ପୋଖରୀରେ ବୁଡି ଦୁଇ ଶିଶୁଙ୍କର ମୃତ୍ୟୁ ଘଟିଛି। ମୃତକ ଜାଫରାବାଦ ଗାଁର ବୁଲୁ ବାରିକଙ୍କ ପୁଅ ଅନନ୍ତଦେବ (୩) ଏବଂ ସିମୁଳିଆ ଥାନା ଅଧୀନ ଫୁଲଗଡ଼ ଗ୍ରାମର ଜୟନ୍ତ ସାହୁଙ୍କ ପୁଅ ହିମାଂଶୁ (୪) ବୋଲି ଜଣାପଡିଛି। ହିମାଂଶୁ ତାଙ୍କ ବାପାଙ୍କ ସହ ଜାଫରାବାଦ ଗାଁରେ ଥିବା ତାଙ୍କ ବନ୍ଧୁ ଘରକୁ ଆସିଥିଲେ।

ମଧ୍ୟାହ୍ନ ସମୟରେ ହିମାଂଶୁ ଏବଂ ଅନନ୍ତ ସାଙ୍ଗ ହୋଇ ଖେଳୁଥିବାବେଳେ ଏକ ପୋଖରୀରେ ପଡ଼ି ଯାଇଥିଲେ। ତାଙ୍କ ପରିବାର ଲୋକେ ଖୋଜାଖୋଜି କରି ଦୁଇ ଶିଶୁଙ୍କୁ ପୋଖରୀରୁ ଉଦ୍ଧାର କରିଥିଲେ। ପରେ ତାଙ୍କୁ ଚିକିତ୍ସା ପାଇଁ ତିହିଡ଼ି ଡାକ୍ତରଖାନାକୁ ନିଆଯାଇଥିଲା। ପରେ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ଉଭୟ ଶିଶୁଙ୍କୁ ଭଦ୍ରକ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ad-week
Leave A Reply

Your email address will not be published.