
ବଣାଇ : ବଣାଇ ରାଜା ଧରଣୀଧର ଖେଳ ପଡିଆ ଠାରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପକ୍ଷରୁ ସୁନ୍ଦର ଗଡ଼ ଜ଼ିଲ୍ଲା ବିଦ୍ୟାଳୟ ସମୂହ କ୍ରୀଡା ସଂଗଠନ ଆନୁକୂଲ୍ୟରେ 69 ତମ ଓଡିଶା ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ କବାଡି ପ୍ରତିଯୋଗିତାର ଉଦଘାଟନୀ ଦିବସରେ ଜ଼ିଲ୍ଲା ଶିକ୍ଷା ଅଧିକାରୀ ଡ଼ଃ ମୁରଲୀଧର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା l
ମୁଖ୍ୟ ଅତିଥି ଭାବରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ, ସମ୍ମାନିତ ଅତିଥି ଭାବରେ ବଣାଇ ଉପ ଜିଲ୍ଲାପାଳ ଅକ୍ଷୟ ପିଲ୍ଲେ, ସୁନ୍ଦର ଗଡ଼ ଜ଼ିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ସୁରଞ୍ଜନ କୁମାର ସାହୁ, ମାଧ୍ୟ୍ୟମିକ ଶିକ୍ଷା ପରିଷଦ ଓଡିଶା ଉପ ସଭାପତି ଅମୁଲ୍ୟ କୁମାର ପ୍ରଧାନ, ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ସହକାରୀ ନିର୍ଦ୍ଦେଶକ ଜ୍ୟାତି ପ୍ରକାଶ ପରିଡା, ଶାରୀରିକ ଶିକ୍ଷା ଅଧିକାରୀ ଅଜୟ କୁମାର ପ୍ରଧାନ, ରାଉରକେଲା କ୍ରୀଡା ଉପ ନିର୍ଦ୍ଦେଶକ ସୁଦୀପ୍ତ ନାୟକ, ସମସ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଯୋଗ ଦେଇ ଧ୍ୟଜା ରୋହଣ ଦ୍ବୀପ ପ୍ରଜ୍ଜଳନ ଓ ମଶାଲ ଜାଳି ଶୁଭାରମ୍ଭ କରିଥିଲେ l

ପ୍ରତ୍ୟେକ ଜିଲ୍ଲା ରୁ ଆସିଥିବା ଛାତ୍ର ଛାତ୍ରୀ ମାନେ ପ୍ୟାରେଡ କରି ଅଭିବାଦନ ଜଣାଇ ଥିଲେ lଏହି ସମୂହ କବାଡି ପ୍ରତିଯୋଗିତାରେ ରାଜ୍ୟର ପ୍ରତ୍ୟେକ ଜ଼ିଲ୍ଲାରୁ 14 ଓ 17 ବର୍ଷରୁ କମ ବର୍ଗର ବାଳକ ଓ ବାଳିକା ଭାଗ ନେଇଥିଲେ l ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କାଶୀନାଥ ବେହେରା ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିବା ବେଳେ ଗୋଗୁଆ ଉଚ୍ଚ ବିଦ୍ୟାଳୟର ଖେଳ ଶିକ୍ଷକ ପ୍ରଫୁଲ୍ଲ କୁମାର ସାହୁ ମଞ୍ଚ ପରିଚାଳନା କରିଥିଲେ l ଏହି କାର୍ଯ୍ୟକ୍ରମରେ ସମସ୍ତ ପ୍ରଧାନ ଶିକ୍ଷକ ପ୍ରଧାନ ଶିକ୍ଷୟିତ୍ରୀ, ଖେଳ ଶିକ୍ଷକ ଶିକ୍ଷୟିତ୍ରୀ, ସିଆରସିସି, ବିଜେପି କାର୍ଯ୍ୟକର୍ତ୍ତା ଓ ଛାତ୍ର ଛାତ୍ରୀ ପ୍ରମୁଖ ଉପସ୍ଥିତ ରହିଥିଲେ l ଶେଷରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l