
ଭୁବନେଶ୍ବର: ମହଙ୍ଗା ପଡିଲା ଯୁବତୀଙ୍କୁ ପ୍ରେମ ପ୍ରତାରଣା । ବନ୍ଧା ହେଲେ ଏୟାର ଫୋର୍ସର ଯବାନ । ଗୋଲକ ବିହାରୀ ଦିକ୍ଷିତଙ୍କୁ ଭୁବନେଶ୍ବର ମାର୍କେଟ ବିଲ୍ଡିଂରୁ ଗିରଫ କଲା ବଡଗଡ ଥାନା ପୋଲିସ । ଗିରଫ ଯବାନଙ୍କ ଘର ନୟାଗଡ଼ା ଇଟାମାଟି ଅଞ୍ଚଳରେ । ସେ ଲଦାଖରେ କାର୍ଯ୍ୟରତ ଥିଲେ। ବଡଗଡ ଥାନା ଅଞ୍ଚଳରେ ରହୁଥିବା ଯୁବତୀଙ୍କ ଅଭିଯୋଗ ଆଧାରରେ ତାଙ୍କୁ ଗିରଫ କରାଯାଇଛି ।
ବିଜେବି କଲେଜରେ ପାଠ ପଢୁଥିବା ସମୟରେ ଅଭିଯୋଗକାରିଣୀଙ୍କ ସହ ସେ ପ୍ରେମ ସମ୍ପର୍କ ରେ ଆସିଥିଲେ। ପରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ନିବିଡ଼ ହୋଇଥିଲା । ପରେ ଗୋଲକ ବିହାରୀ ପ୍ରତାରିତ କରିଥିବା ବଡ଼ଗଡ଼ ଥାନାରେ ଅଭିଯୋଗ କରିଥିଲେ ପୀଡ଼ିତା । ଅଭିଯୋଗ ଆଧାରରେ ବଡ଼ଗଡ଼ ଥାନା ପୋଲିସ ତାଙ୍କୁ ଗିରଫ କରିଛି । ବିଏନଏସ୍ ର ବିଭିନ୍ନ ଧାରାରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ।