ଡିସେମ୍ବର ୨୫ରୁ ଖୋଲିବ ମଣ୍ଡି: ସମବାୟ ମନ୍ତ୍ରୀ

add-all

ଭୁବନେଶ୍ୱର:ଆସନ୍ତା ଡିସେମ୍ବର ୨୫ ତାରିଖରୁ ଖୋଲିବ ମଣ୍ଡି। ଏନେଇ ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ସୂଚନା ଦେଇଛନ୍ତି। ସେ କହିଛନ୍ତି ଧାନ କିଣିବା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ମିଲରଙ୍କୁ ଗୋଦାମ ଖାଲି କରିବାକୁ ଦାୟିତ୍ଵ ଦିଆଯାଇଛି। ଗତ ବର୍ଷ ଅପେକ୍ଷା ଚଳିତବର୍ଷ ଅଧିକ ଧାନ ଚାଷ ହୋଇଛି। ଯେଉଁମାନେ ପଞ୍ଜୀକରଣ କରିଛନ୍ତି। ସମସ୍ତଙ୍କ ଠାରୁ ଧାନ କିଣାଯିବ। ୩୨ଟି ମଡେଲ ମଣ୍ଡି ପାଇଁ ଟେଣ୍ଡର ଦିଆଯାଇଛି। ଏଥିପାଇଁ ୩୦୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ଦୁଇ ବର୍ଷ ଭିତ​‌ରେ ସରକାରରେ ୧୦୦ଟି ମଡେଲ୍ ମଣ୍ଡି ଖୋଲିବା ପାଇଁ ଲକ୍ଷ୍ୟ ରଖାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି।

ad-week
Leave A Reply

Your email address will not be published.