ଚଳନ୍ତା ବସରେ ଡ୍ରାଇଭରଙ୍କୁ ହୃଦଘାତ, ବର୍ତ୍ତିଲେ ୨୫ ଯାତ୍ରୀ

youtube

ମାଲକାନଗିରି, ୨୦।୧୧ ଗାଡି ଚଳାଇବା ବେଳେ ହଟାତ ହେଲା ହୃଦଘାତ, ତଥାବି ନିଜ ଜୀବନ ପ୍ରତି ଧ୍ୟାନ ନଦେଇ ଚଳନ୍ତା ବସକୁ ନିଜ ଆୟତ୍ତରେ ରଖି ରାସ୍ତା କଡରେ ବସ ରଖିବା ସହ ସାଥି କର୍ମଚାରୀଙ୍କୁ ବସ ହସ୍ତାନ୍ତର କରି ନିଜେ ଆର ପାରିକୁ ଚାଲିଗଲେ ଚାଳକ। ଉପସ୍ଥିତି ବୁଦ୍ଧି ଯୋଗୁଁ ବଞ୍ଚିଗଲା ୨୫ ଜଣ ଯାତ୍ରୀଙ୍କ ଜୀବନ। ମାଲକାନଗିରି ଜିଲ୍ଲା ସଦର ମହକୁମାର ଜଣେ ଡ୍ରାଇଭର ହୃଦଘାତରେ ମୃତ୍ୟୁବରଣ କରିଛନ୍ତିା ତଥ୍ୟ ଅନୁ ଯାୟୀ ଜିଲ୍ଲା ସଦର ମହକୁମା ବାଲିସାଗର ସାହି ନିବାସୀ ପି. ସାଇକ୍ରିଷ୍ଣା (୪୫) ସରକାରୀ ବସ ଡ୍ରାଇଭର ବାବେ କା ର୍ଯ୍ୟ କରୁଥିଲୋ ତେବେ ଗତକାଲି ରାତିରେ ସେ ଆନ୍ଧ୍ରପ୍ରଦେଶର ବିଜୟନଗରମ ଠାରୁ ମାଲକାନଗିରିକୁ ଆସୁଥିବା ହାଇଟେକ୍ ବସ୍ ର ଡ୍ରାଇଭର ଭାବେ ଆସୁଥିଲୋ ଉକ୍ତ ବସରେ ମୋଟ ୨୫ ଜଣ ଯାତ୍ରୀ ବସିଥିବା ବେଳେ ରାତ୍ର ପ୍ରାୟ ୨ ଘଟିକା ସମୟରେ ବସଟି କୋରାପୁଟ ଜିଲ୍ଲା କୁନ୍ଦୁଲି ନିକଟରେ ପହଂଚିଲା ବେଳକୁ ସାଇକ୍ରିଷ୍ଣାଙ୍କ ହଠାତ୍ ଛାତି ବ୍ୟଥା ଆରମ୍ଭ ହୋଇଥିଲ।। ଫଳରେ ସେ ଯାତ୍ରୀ ମାନଙ୍କ ଜୀବନକୁ ବଂଚାଇବା ପାଇଁ କିଛିଦୁର ଗାଡିଟିକୁ ଚଲାବା ପରେ ରାସ୍ତା କଡରେ ଥିବା ଏକ ଦୋକାନ ନିକଟରେ ବସଟିକୁ ଅଟକାଇ ରଖିଦେଲୋ ତୁରନ୍ତ ବସ୍ ରେ ଶୋଇଥିବା ଅନ୍ୟ ଏକ ଡ୍ରାଇଭର ପୂର୍ଣଚନ୍ଦ୍ର ରାୟଙ୍କୁ ଉଠାଇ ଛାତିରେ ଯନ୍ତ୍ରଣା ହେଉଛି ଗାଡିଟିକୁ ଚଲାଇବା ଅସୁବିଧା ହେଉଛି ବୋଲି କହିଥିଲୋ ଫଳରେ ଶ୍ରୀ ରାୟ ସେଠାରୁ ଗାଡିକୁ ଚଲାଇବା ସହ ରାତ୍ର ସମୟରେ ଆମ୍ବୁଲାନ୍ସ କୁ ଯୋଗାଯୋଗ କରିବା ଅସୁବିଧା ହେବାରୁ ଗାଡିକୁ ତୁରନ୍ତ କୋରାପୁଟ ପ ର୍ଯ୍ୟନ୍ତ ଆଣିବା ପରେ ବସ କଣ୍ଡକ୍ଟର ବାଲାଜୀ ନାୟକ ଏକ ଅଟୋ ଯୋଗେ ସାଇକ୍ରିଷ୍ଣାଙ୍କୁ ଚିକିତ୍ସାଳୟକୁ ନେଇ ଯାଇଥିଲୋ ସେଠାରେ ସେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ବରଣ କରିଛନ୍ତିା ଡ୍ରାଇଭର ପୁର୍ଣଚନ୍ଦ୍ର ରାୟ ଯାତ୍ରୀ ମାନଙ୍କୁ ସୁର କ୍ଷିତ ଭାବେ ମାଲକାନଗିରି ପହଂଚାଇଥିବା ବେଳେ ସାଇକ୍ରିଷ୍ଣାଙ୍କ ମୃତଦେହକୁ ଆଜି ସକାଳେ ମାଲକାନଗିରି ସ୍ଥିତ ନିଜ ବାସଭବନକୁ ଅଣା ଯାଇଥିଲ।। ତେବେ ସାଇକ୍ରିଷ୍ଣାଙ୍କ ଦେହାନ୍ତରେ ଓଏସଆରଟିସି କର୍ମକର୍ତା ଓ ସହରରେ ଏକ ଦୁଃଖର ଛାୟା ଖେଳି ଯାଇଥିବା ବେଳେ ଆଜି ସରକାରୀ ବସ୍ ସଂଘ ତରଫରୁ ଏକ ଶୋକ ସଭା ପାଳନ କରା ଯିବା ସହ ତାଙ୍କ ପରିବାର ବର୍ଗଙ୍କୁ ଭେଟି ସାଇକ୍ରିଷ୍ଣାଙ୍କ ଅନ୍ତିମ ଯାତ୍ରାରେ ଭାଗ ନେବାସହ ପରିବାର ବର୍ଗଙ୍କୁ ସାନ୍ତ୍ୱନା ଦେଇଥିଲୋ ପ୍ରକାଶ ଥାଉକି ସାଇକ୍ରିଷ୍ଣାଙ୍କ ଦୁଇଟି ପୁଅ ଓ ସ୍ତ୍ରୀ ଥିବା ବେଳେ ସେ ଘରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିଲୋ ସରକାରୀ କର୍ମଚାରୀ ସଂଘ ତରଫରୁ ତାଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇଦେବାକୁ ଦାବି ହୋଇଛି ।

Leave A Reply

Your email address will not be published.