
ନୂଆଦିଲ୍ଲୀ : ମୋଦୀ ସରକାର ୨୧ ନଭେମ୍ବରରୁ ସାରା ଦେଶରେ ଚାରୋଟି ନୂଆ ଲେବର୍ କୋଡ୍ ଲାଗୁ କରିଛନ୍ତି । ଏଥିରେ ସର୍ବନିମ୍ନ ଦରମା, ନିଯୁକ୍ତ ପତ୍ର, ସମାନ କାମକୁ ସମାନ ଦରମା,ସାମାଜିକ ସୁରକ୍ଷା , ଓଭର୍ଟାଇମ୍କଲେ ଦୁଇ ଗୁଣା ଦରମା,ଫିକ୍ସ ଟର୍ମ ଗ୍ରାଚୁଟି ଏବଂ ଅସୁରିକ୍ଷିତ ସ୍ଥାନରେ ୧୦୦ ପ୍ରତିଶତ ସ୍ୱାସ୍ଥ୍ୟ ସୁରକ୍ଷା ଉପରେ ଗୁରୁତ୍ୱ ଦିଆଯାଇଛି ।
ଏହା ଦେଶର ଶ୍ରମିକମାନଙ୍କ ସୁରକ୍ଷା ପାଇଁ ସବୁଠାରୁ ବଡ ପଦକ୍ଷେପ ବୋଲି କୁହାଯାଇଛି । ସାମାଜିକ ସୁରକ୍ଷା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି । ୪୦ ବର୍ଷରୁ ଅଧିକ ଶ୍ରମିକମାନଙ୍କର ପାଇଁ ପ୍ରତିବର୍ଷ ସ୍ୱାସ୍ଥ୍ୟ ଯାଞ୍ଚ ବ୍ୟବସ୍ଥା କରାଯାଇଛି । ଏହା ଦ୍ୱାରା ଶୋଷଣ ହ୍ରାସପାଇବ ।
କର୍ମଚାରୀ ଏବଂ ଶ୍ରମିକଙ୍କୁ ଠିକ୍ ସମୟରେ ଦରମା ଦିଆଯିବ । କୌଣସି କମ୍ପାନୀ ବା ନିଯୁକ୍ତିଦାତା ଦରମା ରୋକିବା ସହଜ ହେବ ନାହିଁ । ସମସ୍ତ ଯୁବ ବର୍ଗଙ୍କୁ ନିଯୁକ୍ତି ପତ୍ର ଅନିବାର୍ଯ୍ୟ କରାଯାଇଛି । ଚାକିରିରେ ଯୋଗଦେବା ମାତ୍ରେ ନିଯୁକ୍ତିପତ୍ର ଦିଆଯିବ । ମହିଳାମାନଙ୍କୁ ସମାନ କାମକୁ ସମାନ ଦରମା ଦିଆଯିବ । ଲିଙ୍ଗଗତ ଅସମାନତାକୁ ସମାପ୍ତ କରାଯାଇଛି ।
୪୦ କୋଟି ଶ୍ରମିକଙ୍କ ପାଇଁ ସାମାଜିକ ସୁରକ୍ଷା ।