
କଟକ: କଟକରେ ଡବଲ ମର୍ଡର । ବାପା ଓ ସାବତ ମାଆକୁ ହତ୍ୟା କଲା ନୃଶଂସ ପୁଅ । ଦରଘା ବଜାର ଓଲ୍ଡ ଜେଲ୍ କଲୋନୀରେ ହତ୍ୟାକାଣ୍ଡ ଘଟିଛି । ମୃତକ ହେଲେ ଦୀପକ କୁମାର ଦାସ ଓ ରିତାରାଣୀ ଦାସ । ଜମିବାଡିକୁ ନେଇ ପୁଅ ଆଲୋକ କୁମାର ଦାସଙ୍କ ସହ ବିବାଦ ଲାଗି ରହିଥିଲା । ଗତକାଲି ରାତିରେ ବାପା ମାଆଙ୍କ ସହ ପାଟିତୁଣ୍ଡ ହୋଇଥିଲା । ଏଥିରେ ରାଗିଯାଇ ଆଲୋକ ଧାରୁଆ ଅସ୍ତ୍ରରେ ଉଭୟଙ୍କୁ ଆକ୍ରମଣ କରିଥିଲା । ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ମୃତଦେହକୁ ଜବତ କରିବା ସହ ହତ୍ୟାକାରୀ ପୁଅକୁ ଅଟକ ରଖିଛି ଦରଘାବଜାର ଥାନା ପୋଲିସ ।