
ଚାନ୍ଦବାଲି: ଭଦ୍ରକ- ଚାନ୍ଦବାଲି ରାସ୍ତାର କମାରିଆ ଛକରେ ଵସ-ସ୍କୁଟି ମୁହାଁମୁହିଁ ଧକ୍କାରେ ୨ ଜଣଙ୍କ ମୃତ୍ୟୁ ନେଇ ଉତ୍ତେଜନା । କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତା ଅବରୋଧ । ପୀରହାଟ ଥାନା କମାରିଆ ଛକରେ ଏକ ଘରୋଇ ଵସ ଓ ସ୍କୁଟି ମୁହାଁମୁହିଁ ଧକ୍କା ହେବାରୁ ସ୍କଟିରୁ ୨ ଆରୋହୀ ରାସ୍ତାକୁ ଛିଟିକି ପଡ଼ିଥିଲେ ।
ଆଉ ସେଠାରେ ତାଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ଭିତରୁ ଜଣେ ତିହିଡି ବ୍ଲକ ଅଧ୍ୟାକ୍ଷାଙ୍କ ଭାଇ ବୋଲି ଜଣାପଡିଛି । ଘଟଣାସ୍ଥଳରେ ବସକୁ ଅଟକ ରଖିଛନ୍ତି ସ୍ଥାନୀୟ ଲୋକେ । ଦୁର୍ଘଟଣା ପରେ ଡ୍ରାଇଭର ଫେରାର ହୋଇଯାଇଛି ।