ବାରବାଟୀ ଷ୍ଟାଡିୟମରେ ଅଢ଼େଇ ହଜାର ସିଟ୍ କମାଇଲା ଓସିଏ

youtube

କଟକ : ବାରବାଟୀ ଷ୍ଟାଡିୟମରେ କମିଲା ସିଟ୍ ସଂଖ୍ୟା । ଗ୍ୟାଲେରୀ ଗୁଡ଼ିକରେ ସିଟ ସଂଖ୍ୟା ଅଢ଼େଇ ହଜାର ସିଟ୍ କମାଇଲା ଓଡ଼ିଶା କ୍ରିକେଟ ଆସୋସିଏସନ୍। ୧୯ ଇଞ୍ଚରୁ ୨୨ ଇଞ୍ଚକୁ ବୃଦ୍ଧି କରାଗଲା ସିଟ ଗୁଡ଼ିକର ଚଉଡା। କମିଶନରେଟ ପୋଲିସର ପରାମର୍ଶ ପରେ ସିଟ କମାଇଲା ଓସିଏ ।  ଷ୍ଟାଡିୟମ୍ ପୁରୁଣା ହୋଇ ଥିବାରୁ ସୁରକ୍ଷା ଦୃଷ୍ଟିରୁ ଷ୍ଟାଡିୟମ୍ ଗ୍ୟାଲେରୀ ଗୁଡ଼ିକରେ ସିଟ ସଂଖ୍ୟା କମାଇବା ପାଇଁ କହିଥିଲେ କମିଶନରେଟ ପୋଲିସ ।

କମିଥିବା ସିଟ ସଂଖ୍ୟାକୁ ଗ୍ରାଉଣ୍ଡ ପାଖରେ ଆଡଜଷ୍ଟ କରିବା ପାଇଁ ଚିନ୍ତା କରୁଛି ଓସିଏ ।  ଏ ନେଇ ଏପର୍ଯ୍ୟନ୍ତ କୌଣସି ଚୁଡାନ୍ତ ନିଷ୍ପତ୍ତି ନିଆଯାଇନାହିଁ ।  ବାରବାଟି ଷ୍ଟାଡିୟମରେ ଦର୍ଶକ କ୍ଷମତା ୪୪ ହଜାର ରହିଛି ।  ପ୍ରଥମ ଥର ପାଇଁ ଗ୍ୟାଲେରୀ ଗୁଡ଼ିକରେ ପାଥ ୱେ ବା କରିଡ଼ର ବ୍ୟବସ୍ଥା କରୁଛି ଓସିଏ ।  ଯାହା ଫଳରେ ଦର୍ଶକମାନେ ସୁବିଧାରେ ପଶିବେ ଏବଂ ବାହାରି ପାରିବେ ।  ଜରୁରୀକାଳୀନ ପରିସ୍ଥିତି ବେଳେ ସହାୟକ ହେବ ଏହି ବ୍ୟବସ୍ଥା ।  ଆସନ୍ତା ଡିସେମ୍ବର ୯ ତାରିଖରେ ଦକ୍ଷିଣ ଆଫ୍ରିକା – ଭାରତ T-20 ମ୍ୟାଚ୍ ଖେଳାଯିବ ।

Leave A Reply

Your email address will not be published.