ଗାଡି ପାର୍କିଂକୁ ନେଇ ଠାକୁରାଣୀ ପୀଠରେ ବୃଦ୍ଧଙ୍କୁ ହତ୍ୟା

youtube

ରାଜନଗର : କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଥାନା ଅନ୍ତର୍ଗତ ରିଘାଗଡ଼ର ମା ଥାନାପତି ଠାକୁରାଣୀଙ୍କ ପୀଠରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ଗାଡି ପାର୍କିଂକୁ କେନ୍ଦ୍ର କରି ଦୁଇ ଗୋଷ୍ଠି ମଧ୍ୟରେ ଗଣ୍ଡଗୋଳ ଯୋଗୁ ହତ୍ୟାକାଣ୍ଡ ଘଟିଥିବା ଜଣାଯାଇଛି । ରିଘାଗଡ଼ ଗାଁର ବୁଦ୍ଧିଆ ସାହୁଙ୍କୁ ବାଡେଇ ବାଡେଇ ହତ୍ୟା କରାଯାଇଥିବା ସୂଚନା ମିଳିଛି ।

ସୂଚନା ଅନୁଯାଇ, ଅପରାହ୍ନ 4 ଟା ସମୟରେ ଜଗନ୍ନାଥପୁର ଗାଁର କିଛି ଯୁବକ ଠାକୁରାଣୀଙ୍କ ପୀଠରେ ରନ୍ଧା ଭୋଗ କରି ଖାଇସାରିବା ପରେ ଗ୍ରାମ ରାସ୍ତାରେ କାର ରଖି ହୋହାଲ୍ଲା କରିଥିଲେ । ଏହାକୁ ଗ୍ରାମବାସୀମାନେ ବିରୋଧ କରିବାରୁ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ତୀବ୍ର ରୂପ ନେଇଥିଲା । ଏହି ସମୟରେ ଥାନପତି କମିଟିର ସଦସ୍ୟ ବୁଦ୍ଧିଆ ସାହୁ ଉତ୍ୟକ୍ତ ଯୁବକମାନଙ୍କୁ ବୁଝାସୁଝା କରିବା ସମୟରେ ବୁଦ୍ଧିଆଙ୍କୁ ଆକ୍ରମଣ କରିଥିଲେ ଉତ୍ୟକ୍ତ ଯୁବକ ।

ଆକ୍ରମଣରେ ବୃଦ୍ଧା ଗୁରୁତ୍ୱର ହେବାରୁ ତାଙ୍କୁ ରାଜନଗର ମେଡିକାଲ ଅଣା ଯାଇଥିଲା । କିନ୍ତୁ ବୁଦ୍ଧିଆଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଏହାକୁ ନେଇ ଠାକୁରାଣୀଙ୍କ ପୀଠରେ ଉତ୍ତେଜନା ଲାଗି ରହିଛି ।  ରାଜନଗର ପୋଲିସ ଘଟଣା ସ୍ଥଳରେ ପହଂଚିଛି ।  ପୋଲିସ ଜଣେ ନାବାଳକ ସମେତ ୪ ଜଣଙ୍କୁ ଅଟକ ରଖି ତଦନ୍ତ ଚଳାଇଛି।

Leave A Reply

Your email address will not be published.