ଅମଲାତନ୍ତ୍ରକୁ କଡା ତାଗିଦ୍ କଲେ ରାଜସ୍ଵ ମନ୍ତ୍ରୀ

add-all

ଭୁବନେଶ୍ଵର: ଲୋକଙ୍କ ସେବକ ହୋଇ କାମ କରିବାକୁ କଡା ନିର୍ଦେଶ ଦେଇଛନ୍ତି ରାଜସ୍ଵ ମନ୍ତ୍ରୀ। ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ମନ୍ତ୍ରୀ ସୁରେଶ ପୂଜାରୀ କଡା ତାଗିଦ୍ କରିଛନ୍ତି। ଜିଲ୍ଲାସ୍ତରରେ ସମାଧାନ ହେବା ଭଳି ଅଭିଯୋଗକୁ ନେଇ ମନ୍ତ୍ରୀ ଉଦବେଗ ପ୍ରକାଶ କରିଛନ୍ତି। ଦୂରଦୂରାନ୍ତରୁ ଯେଉଁ ଲୋକମାନେ ଆସୁଛନ୍ତି , ସେମାନଙ୍କୁ ବସିବାକୁ ଚୌକି ଦିଅ ଏବଂ ପିଇବାକୁ ପାଣି ଦିଅ। ଧୖର୍ଯ୍ୟ ସହକାରେ ଲୋକଙ୍କ ଅଭିଯୋଗ ଶୁଣ ଏବଂ ନିର୍ଦିଷ୍ଟ ସମୟରେ କାମ ସାର। ପୂର୍ବରୁ କାର୍ଯ୍ୟାନୁଷ୍ଠାନ ହୋଇଛି। ନିୟମରେ ନ ରହିଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ମନ୍ତ୍ରୀ କହିଛନ୍ତି।

ad-week
Leave A Reply

Your email address will not be published.