ଏସ୍‌ଆଇ ପରୀକ୍ଷା ଅନିୟମିତତା ମାମଲା: ଅଭିଯୁକ୍ତ ଝାରପଡା ସ୍ଥାନାନ୍ତର

youtube

ବ୍ରହ୍ମପୁର: ପୁଲିସ ଏସ୍‌ଆଇ ପରୀକ୍ଷା ଜାଲିଆତି ମାମଲାରେ ଗିରଫ ହୋଇ ବ୍ରହ୍ମପୁର ମଣ୍ଡଳ କାରାଗାରରେ ଥିବା ୧୨ ଅଭିଯୁକ୍ତ ଭୁବନେଶ୍ବରସ୍ଥିତ ଝାରପଡ଼ା ଜେଲ୍‌କୁ ସ୍ଥାନାନ୍ତର ହୋଇଛନ୍ତି ା କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ) ପକ୍ଷରୁ ତଦନ୍ତ ଜାରି ରହିଥିବା ବେଳେ ମାମଲା ହସ୍ତାନ୍ତର ଓ ଅଭିଯୁକ୍ତଙ୍କୁ ସ୍ଥାନାନ୍ତର ପାଇଁ ପୂର୍ବରୁ ମୂଳ ଅଦାଲତରେ ପିଟିସନ ଦାଖଲ କରାଯାଇଥିଲା ା ସିବିଆଇ ଦଳ ସୋମବାର ଅପରାହ୍ଣରେ ଗଞ୍ଜାମ ଜିଲା ଅଦାଲତ ପରିସରରେ ପହଞ୍ଚିଥିଲା।
କୋର୍ଟ ଅନୁମୋଦନ ପରେ ସନ୍ଧ୍ୟା ସାଢେ ୭ଟା ବେଳେ ସମସ୍ତ ଅଭିଯୁକ୍ତଙ୍କୁ ବ୍ରହ୍ମପୁର ମଣ୍ଡଳ କାରାଗାରରୁ ଭୁବନେଶ୍ବର ଅଭିମୁଖେ ନିଆଯାଇଥିଲା ା ମାମଲାର ମାଷ୍ଟରମାଇଣ୍ଡ କୁହାଯାଉଥିବା ଗଞ୍ଜାମ ଜିଲା ବ୍ରାହ୍ମଣଛାଇ ଗ୍ରାମର ଶଙ୍କର ପୃଷ୍ଟି ସମେତ ସିଲିକନ କମ୍ପାନୀର ମାଲିକ ସୁରେଶଚନ୍ଦ୍ର ନାୟକ, ମୁଖ୍ୟ ଦଲାଲ ଅରବିନ୍ଦ ଦାସ ଓ ମୁନା ମହାନ୍ତି, ବିଶ୍ବରଞ୍ଜନ ବେହେରା, ଶ୍ରୀକାନ୍ତ ମହାରଣା, ଏ. ଅଭିମନ୍ୟୁ ଦୋରା, ପ୍ରିୟଦର୍ଶନୀ ସାମଲ, ସାଗର କୁମାର ଗୌଡ, ଲୋକନାଥ ସାହୁ, ବିଶ୍ବଜିତ ହରିଚନ୍ଦନ ଓ ତଫିମ ଅହମ୍ମଦ ଖାନଙ୍କୁ ସ୍ଥାନାନ୍ତର କରାଯାଇଛି। ବ୍ରହ୍ମପୁର ପୁଲିସ ଓ କ୍ରାଇମବ୍ରାଞ୍ଚ ପକ୍ଷରୁ ମାମଲାର ତଦନ୍ତ ବେଳେ ଅଭିଯୁକ୍ତଙ୍କୁ ଗିରଫ ପରେ ଏଠାକାର ଅଦାଲତରେ ହାଜର କରାଯାଇ ବ୍ରହ୍ମପୁର ମଣ୍ଡଳ କାରାଗାରକୁ ପଠାଯାଇଥିଲା ା ସିବିଆଇ ଏହି ମାମଲାର ତଦନ୍ତଭାର ନେବା ପରେ ମାମଲାକୁ ସିବିଆଇ ଅଦାଲତକୁ ହସ୍ତାନ୍ତର ପାଇଁ ଜେଏମଏଫସି ଅଦାଲତରେ ପିଟିସନ ଦାଖଲ କରିଥିଲା ା
ସେହିପରି ମଣ୍ଡଳ କାରାଗାରରେ ରହୁଥିବା ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି ସମେତ ସମସ୍ତ ଅଭିଯୁକ୍ତଙ୍କୁ ଭୁବନେଶ୍ବରର ଝାରପଡ଼ା ଜେଲକୁ ସ୍ଥାନାନ୍ତର ପାଇଁ ସିବିଆଇ ପକ୍ଷରୁ ଅନୁରୋଧ କରାଯାଇଥିଲା ା ପୂର୍ବରୁ ମଣ୍ଡଳ କାରାଗାରରେ ରହୁଥିବା ୧୧୪ ଜଣ ଏସଆଇ ଚାକିରି ଆଶାୟୀଙ୍କୁ ଅଦାଲତ ପକ୍ଷରୁ ଜାମିନ ମିଳିବା ପରେ ସେମାନେ ମୁକୁଳିଛନ୍ତି ା ବ୍ରହ୍ମପୁର ଗୋଳନ୍ଥରା ଥାନା ଅଧିକାରୀ ତଥା ଡିଏସ୍‌ପି ବିବେକାନନ୍ଦ ସ୍ବାଇଁ ଏବଂ କ୍ରାଇମବ୍ରାଞ୍ଚ ଡିଏସପି ରତ୍ନପ୍ରଭା ସ୍ବାଇଁଙ୍କ ଠାରୁ ସିବିଆଇ ମାମଲା ସମ୍ପର୍କିତ କାଗଜପତ୍ର ନେଇଛି ା ସେପ୍ଟେମ୍ବର ୨୯ରେ ୩ ଦଲାଲ ଓ ୧୧୪ ଆଶାୟୀଙ୍କୁ ବ୍ରହ୍ମପୁର ପୁଲିସ ଶ୍ରୀକାକୁଲମରୁ କାବୁ କରିଥିଲା।

Leave A Reply

Your email address will not be published.