ବିଧାନସଭାରେ ସମ୍ବିଧାନ ପ୍ରସ୍ତାବନା ପାଠ

youtube

ଭୁବନେଶ୍ବର : ସମ୍ବିଧାନ ଦିବସ ଉପଲକ୍ଷେ ବିଧାନସଭା ପରିସରରେ ବାଚସ୍ପତି , ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ବିଧାୟକ ଗଣ ସମ୍ବିଧାନ ପ୍ରସ୍ତାବନା ପାଠ କରିଛନ୍ତି । ଆସନ୍ତାକାଲି ବିଧାନସଭାର ଶୀତକାଳୀନ ଅଧିବେଶନ ପୂର୍ବରୁ ଆଜି ବିଧାନସଭାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକ ପୂର୍ବରୁ ବିଧାନସଭା ପରିସରରେ ବାଚସ୍ପତି ଶ୍ରୀମତୀ ସୁରମା ପାଢୀ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମ୍ବିଧାନ ପ୍ରସ୍ତାବନା ପାଠ କରିଛନ୍ତି ।

ବାଚସ୍ପତି ଓ ମୁଖ୍ୟମନ୍ତ୍ରୀଙ୍କ ସହ ବିଧାନସଭା ସଚିବ ସତ୍ୟବ୍ରତ ରାଉତ , ଉପବାଚସ୍ପତି ଭବାନୀ ଶଙ୍କର ଭୋଇ , ଉପମୁଖ୍ୟମନ୍ତ୍ରୀ କେ ଭି ସିଂହଦେଓ , କଂଗ୍ରେସ ବିଧାୟକ ଦଳନେତା ରାମଚନ୍ଦ୍ର କାଡାମ ଓ ମୁଖ୍ୟ ସଚେତକ ସିଏସ ରଜନ ଏକ୍କା , ବିଜେଡ଼ି ବିଧାୟକ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲିକ , ମନ୍ତ୍ରୀ ମୁକେଶ ମହାଲିଙ୍ଗ , ବିଧାୟକ ଜୟନାରାୟଣ ମିଶ୍ର ପ୍ରମୁଖ ସମ୍ବିଧାନ ପ୍ରସ୍ତାବନା ପାଠ କରିଥିଲେ ।

Leave A Reply

Your email address will not be published.