
ଆମେରିକା : ହ୍ବାଇଟ ହାଉସ ନିକଟରେ ଫୁଟିଲା ଗୁଳି । ଥାର୍ଡ ୱାର୍ଲଡ କଣ୍ଟ୍ରିକୁ ଭୋଗିବାକୁ ପଡ଼ିପାରେ ପରିଣାମ । ଗତକାଲି ହ୍ବାଇଟ ହାଉସ ନିକଟରେ ହୋଇଥିବା ଗୁଳିକାଣ୍ଡକୁ ନେଇ ଟ୍ରମ୍ପ ପ୍ରଶାସନ କଠୋର । ବଡ଼ ପଦକ୍ଷେପ ନେବାକୁ ଯୋଜନା କରୁଛନ୍ତି ଟ୍ରମ୍ପ । ଥାର୍ଡ ୱାର୍ଲଡ କଣ୍ଟ୍ରିକୁ ମନା ହୋଇପାରେ ଆମେରିକା । ଥାର୍ଡ ୱାର୍ଲ କଣ୍ଟ୍ରିରୁ ମାଇଗ୍ରେସନକୁ ସ୍ଥାୟୀ ଭାବେ ବନ୍ଦ କରିବାକୁ ବିଚାର କରୁଛନ୍ତି ଟ୍ରମ୍ପ । ହ୍ବାଇଟ ହାଉସ ନିକଟରେ ଗୁଳିକାଣ୍ଡ କରିଥିବା ଅଭିଯୁକ୍ତ ଆଫଗାନିସ୍ତାନରୁ ୨୦୨୧ରେ ଶରଣାର୍ଥୀ ଭାବେ ଆସିଥିଲା । ଏହାକୁ ଦୃଷ୍ଟିରେ ରଖି ଥାର୍ଡ ୱାର୍ଲଡ କଣ୍ଟ୍ରିର ନାଗରିକଙ୍କୁ ଆମରିକାକୁ ସ୍ଥାୟୀ ଭାବେ ପ୍ରବେଶ ନିଷେଧ ପାଇଁ ବିଚାର କରୁଛନ୍ତି ଟ୍ରମ୍ପ ।
ସୂଚନାନୁଯାୟୀ, ଥାର୍ଡ ୱାର୍ଲଡ କଣ୍ଟ୍ରି ଭିତରେ ଆଫ୍ରିକା, ଏସିଆ, ଲାଟିନ ଆମେରିକା ଏବଂ ଓସେନିଆର କିଛି ଅଂଶ ରହୁଛି । ସେହିପରି ଆମେରିକାର ରହୁଥିବା ଆମେରିକାର ଅଣନାଗରିମାନଙ୍କୁ ସମସ୍ତ ପ୍ରକାର ଫେଡେରାଲ ଫାଇଦା ଏବଂ ରିହାତି ବନ୍ଦ କରାଯିବ ବୋଲି ଟ୍ରମ୍ପ ତାଙ୍କ ଟ୍ରୁଥ ସୋସିଆଲରେ ଘୋଷଣା କରିଛନ୍ତି । ଆମେରିକାକୁ ଯେଉଁମାନେ ଭଲ ପାଇପାରିବେନି ସେମାନଙ୍କୁ କୌଣସି ସରକାରୀ ସୁବିଧା ପ୍ରଦାନ କରାଯିବ ନାହିଁ ।