
କନ୍ଧମାଳ : କନ୍ଧମାଳ ଜିଲ୍ଲା ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଦ୍ବାରା ଶିଶୁ ପ୍ରତିଭା ଅନ୍ବେଷଣ ନିମନ୍ତେ ଜିଲ୍ଲା ସ୍ତରୀୟ ସର୍ଗିଫୁଲ-୨୦୨୫ ମଙ୍ଗଳ ଅଧିକାରୀ ଶ୍ରୀ ରବି ନାରାୟଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବଇଡା ଠାରେ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ କାର୍ଯ୍ୟକ୍ରମରେ କନ୍ଧମାଳ ଜିଲ୍ଲା ପରିଷଦ ଅଧ୍ଯକ୍ଷା ନନ୍ଦିନୀ ମଲ୍ଲିକ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ କାର୍ଯ୍ୟକ୍ରମ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ରୂପେ ଫୁଲବାଣୀ ପଞ୍ଚାୟତ ସମିତି ଅଧ୍ଯକ୍ଷା ସସ୍ମିତା କହଁର, ଗଞ୍ଜୁଗୁଡ଼ା ସରପଞ୍ଚ ଆଲୋକ କହଁର, ବାଲିଗୁଡା ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଉମେଶ ଚନ୍ଦ୍ର ବେହେରା, ଫୁଲବାଣୀ ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧୂକାରୀ ସତ୍ୟଜିତ ଦାସ ପ୍ରମୁଖ ଯୋଗ ଦେଇ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବର୍ଗ ପିଲାମାନଙ୍କ ପ୍ରତିଭାର ବିକାଶ ନିମନ୍ତେ ପ୍ରେରଣା ପ୍ରଦାନ କରିବା ସହ, ପ୍ରତିଭାବାନ ଛାତ୍ର ଛାତ୍ରୀଙ୍କ ପ୍ରତିଭାର ପ୍ରଶଂସାଗାନ କରିଥିଲେ ।
ମୁଖ୍ୟବକ୍ତା ରୂପେ ଫୁଲବାଣୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୌମ୍ୟ ରଞ୍ଜନ ପାତ୍ର ପିଲାମାନଙ୍କୁ ଅଭ୍ୟାସ ବଳରେ ଅସାଧ୍ୟକୁ କିପରି ସାଧନ କରାଯାଇପାରେ ଉକ୍ତ ମନ୍ତ୍ରରେ ଅଭିମନ୍ତ୍ରିତ କରିଥିଲେ । ପରିଶେଷରେ ମୁଖ୍ୟଅତିଥି ଜିଲ୍ଲା ସ୍ତରୀୟ ଭଲିବଲ ଓ ବିଜ୍ଞାନ ମେଳାକୁ ଉଦଘାଟନ କରି କାର୍ଯ୍ୟକ୍ରମର ଭୂୟସୀ ପ୍ରଶଂସାଗାନ କରିଥିଲେ । ଶିକ୍ଷକ ସୁଧୀର କୁମାର ସାହୁ ଓ ତ୍ରିଲୋଚନ ପଣ୍ଡା ମଞ୍ଚ ପରିଚାଳନା କରିଥିବା ବେଳେ ଅଶୋକ କୁମାର ଷଡଙ୍ଗୀ ମଞ୍ଚ ପୂଜନ କରିଥିଲେ । ବିଭିନ୍ନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦୈତାରୀ ଦିଗାଲ, ରମେଶ କୁମାର ସାହୁ, ସନ୍ତୋଷ ଭୋଇ, କୈଳାଶ ସିଂ, ରଞ୍ଜନ କୁମାର ପାଢ଼ୀ, ଗୁରୁପ୍ରସାଦ ସାହୁ, ଉମା ଶଙ୍କର ସାମନ୍ତରାୟ, ସରୋଜ କୁମାର ସାହୁ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିବା ବେଳେ, କ୍ରୀଡା ଶିକ୍ଷକ କୃଷ୍ଣ ଚନ୍ଦ୍ର ଗୌଡ଼ ଓ ଅନ୍ୟ ସମସ୍ତ ବିଦ୍ୟାଳୟର କ୍ରୀଡା ଶିକ୍ଷକବୃନ୍ଦ ବୃନ୍ଦ ଜିଲ୍ଲା ସ୍ମରୀୟ ଭଲିବଲ ପ୍ରତିଯୋଗିତା ପରିଚାଳନା କରିଥିଲେ l ପରିଶେଷରେ ଅନୁଷ୍ଠାନର ପ୍ରଧାନ ଶିକ୍ଷକ ଜୟଲାଲ୍ ନାୟକ ଧନ୍ୟବାଦ ପ୍ରଦାନ କରିଥିଲେ ।