ମା କାଉଁରୀ ଦେବୀଙ୍କ ନୂତନ ମନ୍ଦିର ପାଇଁ ପଡିଲା ଶୁଭ

youtube

ନୟାଗଡ଼, ୧/୧୨, (ନିସର୍ତ୍ତ) : ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ୍ ରାଜସୁନାଖଳା ପଂଚାୟତ ଅନ୍ତର୍ଗତ ବଢ଼େଇ ସାହିରେ ଥିବା ଗ୍ରାମର ଗ୍ରାମାଦେବୀ ମା କାଉଁରୀଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ପାଇଁ ଶୁଭ ଦିଆଗଲା । ରାଜ ସୁନାଖଳାର ବିଶିଷ୍ଟ ପଣ୍ଡିତ ପଦ୍ମନାଭ ଦାସ ମନ୍ତ୍ରପାଠ କରିଥିଲେ । ପଂଚାୟତର ଯୁବ ସରପଞ୍ଚ ଚିତ୍ତରଞ୍ଜନ ପ୍ରଧାନଙ୍କ ପ୍ରଚେଷ୍ଟାରେ ଏହି ଶୁଭ କାର୍ଯ୍ୟ ହୋଇଥିଲା । ଯୁବ ସମାଜସେବୀ ଜଗନ ନାୟକ,ସମାଜସେବୀ ସତ୍ୟନାରାୟଣ ମହାପାତ୍ର (ବାବି ଭାଇନା),ସନ୍ତୋଷ କୁମାର ସାହୁ (ବାବୁସାର),ସମିତି ସଭ୍ୟ ତପନ କୁମାର ପ୍ରଧାନ,ବଢ଼େଇ ସାହି ୱାର୍ଡ ସଭ୍ୟ ଓ ସମସ୍ତ ଗ୍ରାମବାସୀ ମାନେ ଉପସ୍ଥିତ ରହି ହୁଳହୁଳି ଓ ଜୟଧ୍ଵନି ଦେଇ ଭକ୍ତିମୟ ପରିବେଶ ସୃଷ୍ଟି କରିଥିଲେ । ମନ୍ଦିର କାର୍ଯ୍ୟ କିପରି ଶୀଘ୍ର ସମ୍ପୂର୍ଣ୍ଣ ହୋଇ ପାରିବ ଏବଂ ମା ନୂତନ ମନ୍ଦିରରେ ପ୍ରବେଶ କରିବେ ସେଥି ପାଇଁ ସମସ୍ତ ପଦକ୍ଷେପ ନିଆଯିବ ବୋଲି ଉପସ୍ଥିତ ସମସ୍ତ ଗ୍ରାମବାସୀ ପ୍ରଚେଷ୍ଟା କରିବେ ବୋଲି ମତ ପ୍ରକାଶ କରିଥିଲେ । ପରିଶେଷରେ ଯୁବ ସରପଞ୍ଚ ଚିତ୍ତରଞ୍ଜନ ପ୍ରଧାନ ମନ୍ଦିର ଶୁଭ ପ୍ରତିଷ୍ଠା କରିଥିଲେ ।

Leave A Reply

Your email address will not be published.