ଭଦ୍ରକରେ ସଙ୍ଗଠିତ ହେବ ଦଳ, ପ୍ରଫୁଲ୍ଲଙ୍କୁ ଗୁରୁଦାୟିତ୍ୱ ଦେଲେ ବିଜେଡି ସୁପ୍ରିମୋ

add-all

ଭୁବନେଶ୍ୱର: ଭଦ୍ରକରେ ବିଜେଡିକୁ ଲାଗିଛି ଝଟ୍‌କା । ୪ ବ୍ଲକ୍ ଅଧ୍ୟକ୍ଷଙ୍କ ଇସ୍ତଫା ପରେ ଦୋହଲିଯାଇଛି ବିଜେଡି ଗଡ଼। ଭଦ୍ରକରେ ଦଳକୁ ସଙ୍ଗଠିତ କରି ରଖିବାକୁ ବିଜେଡି ସଭାପତି ନବୀନ ପଟ୍ଟନାୟକ ବରିଷ୍ଠ ନେତା ପ୍ରଫୁଲ୍ଲ ସାମଲଙ୍କୁ ଗୁରୁଦାୟିତ୍ୱ ଦେଇଛନ୍ତି। ଭଦ୍ରକରେ ଦେଖାଦେଇଥିବା ସଙ୍କଟ ନେଇ ନବୀନ ନିବାସରେ ସୋମ‌ବାର ମାନସମନ୍ଥନ କରାଯାଇଛି। ବୈଠକ ପରେ ଦଳୀୟ ନେତା କହିଛନ୍ତି, ଯାହାର ମୂଲ୍ୟ ନାହିଁ ସେମାନେ ଦଳ ଛାଡୁଛନ୍ତି । ସମସ୍ତଙ୍କୁ ଅନୁରୋଧ ଦଳକୁ ମଜଭୁତ କର, ଦୁର୍ବଳ କରନାହିଁ। ବ୍ଲକ ଅଧ୍ଯକ୍ଷମାନଙ୍କୁ ବିଜେପିରେ ମିଶିବା ପାଇଁ ଚାପ ପ୍ରୟୋଗ କରାଯାଉଛି। ନିର୍ବାଚନରେ ଆମେ ଶତପ୍ରତିଶତ ଜିତିଥିଲୁ। ବିଜେପି ରାଜ୍ୟ ସଭାପତିଙ୍କ ଜିଲା ଭଦ୍ରକ। କାହାକୁ ମୂଳଚାଲ କରି ଆଉ କାହାକୁ ଚାକିରି ସ୍ତରରେ ହଇରାଣ କରି ଚାପ ପକାଯାଉଛି।

ସୂଚନାଯୋଗ୍ୟ, ୪ ବ୍ଲକ୍ ଅଧ୍ୟକ୍ଷ ଦଳରୁ ଇସ୍ତଫା ଦେବା ପରେ ଭଦ୍ରକରେ ବିଜେଡିକୁ ଝଟ୍‌କା ଲାଗିଛି। ଆଗକୁ କିପରି ଆଉ କେହି ଦଳ ନ ଛାଡ଼ିବେ ସେନେଇ ଭଦ୍ରକ ବିଜେଡି ନେତାଙ୍କ ଚିନ୍ତା ବଢ଼ିଛି। ଏନେଇ ସୋମବାର ନବୀନ ନିବାସରେ ଭଦ୍ରକ ବିଜେଡି ନେତାଙ୍କ ସହ ନବୀନ ଆଲୋଚନା କରିଛନ୍ତି ।

ad-week
Leave A Reply

Your email address will not be published.