
ଭଦ୍ରକ : ଭଦ୍ରକ ଜିଲ୍ଲା ବାସୁଦେବପୁର ପୋଲିସ ପକ୍ଷରୁ ଏସପିଙ୍କ ନିର୍ଦେଶ କ୍ରମେ ବାସୁଦେବପୁରରେ ବାଙ୍ଗଲାଦେଶୀ ଯାଞ୍ଚ ପକ୍ରିୟା ଆରମ୍ଭ କରିଛନ୍ତି । ଗତକାଲି ବିଳମ୍ବିତ ରାତିରେ ଭଦ୍ରକ sp ମନୋଜ କୁମାର ରାଉତ, Sdpo ବିଚିତ୍ରାନନ୍ଦ ସେଠି, ବାସୁଦେବପୁର iic ଲୋପାମୁଦ୍ରା ନାୟକ ମିଳିତ ଭାବରେ ବାସୁଦେବପୁର ଅଂଚଳରେ ଥିବା ବାହାରୁ ଆସି ଏଠାରେ ରହି କାମ କରୁଥିବା ୮ ଜଣ ସନ୍ଦିଗ୍ଧଙ୍କୁ ଥାନାକୁ ଉଠାଇ ନେଇ ପଚରା ଉଚରା କରିବା ସହିତ ସେମାନଙ୍କର ଭୋଟ ଓ ଅଧର କାର୍ଡ ଯାଞ୍ଚ କରି ଛାଡି ଦେଇଥିଲେ ।
ସେହିପରି ସରକାରଙ୍କ ନିର୍ଦେଶ କ୍ରମେ କଷିଆ ସାମୁଦ୍ରିକ ପୋଲିସ ପକ୍ଷରୁ ଗାଁ ଗାଁ ବୁଲି ଯେଉଁମାନେ ବାହାରୁ ଆସି ରହିଛନ୍ତି ସନ୍ଧେହ ଘେରକୁ ଆସୁଛନ୍ତି ସେମାନଙ୍କ ଘରକୁ ଯାଇ ସେମାନଙ୍କର ଭୋଟକାର୍ଡ, ଆଧାର କାର୍ଡ ଓ ବିଭିନ୍ନ ପ୍ରମାଣ ପତ୍ର ଯାଞ୍ଚ କରୁଛି ।